www.samajalive.in
Wednesday, December 10, 2025
16.1 C
Bhubaneswar

ଲଜ୍‍ରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ସାହୁ ଲଜରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ବରଗଡ଼ ଜିଲା କଅଁଶର ଗାଁର ଗୋକୁଳାନନ୍ଦ ଭୋଇ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ସାହୁ ଲଜର ଏକ ରୁମରୁ ବରଗଡ଼ ଜିଲାର ପଦମପୁର ଥାନା ଅନ୍ତର୍ଗତ କଅଁଶର ଗାଁର ଗୋକୁଳାନନ୍ଦ ସାହୁଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଥିଲା। ମୃତ ଗୋକୁଳାନନ୍ଦ ବୈାଦ୍ଧ ବନ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି। ସେ ତାଙ୍କ ଶ୍ୱଶୁର ଘର ବଲାଙ୍ଗୀର ତାଲପାଲିପଡାରେ ରହୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କିଷାନ ଦେଓଗାଁ ବ୍ଲକ ଜରାସିଂହା ଅଞ୍ଚଳର ଏକ ବିଦ୍ୟାଳୟରେ ଖେଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ସୂଚନା ମିଳିିଛି। ତେବେ ମୃତ ଗୋକୁଳା ଗତ ୭ ତାରିଖରୁ ବଲାଙ୍ଗୀର ଆସି ସାହୁ ଲଜରେ ରହୁଥିଲେ। ଗତ ୧୬ ତାରିଖରେ ତାଙ୍କୁ ଲଜ କର୍ମଚାରୀମାନେ ଭଡ଼ା ଟଙ୍କା ଦେବା ପାଇଁ କହିଥିବା ପ୍ରକାଶ କରିଛନ୍ତି। ଲଜର ରୁମ ନଂ ୫ରେ ସେ ରହୁଥିବା ବେଳେ ଭିତରପଟୁ କବାଟ ବନ୍ଦ କରି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ମୃତଦେହ ବିଛଣା ଉପରେ ପଡ଼ି ପଚିବାରେ ଆରମ୍ଭ କରିଥିବା ବେଳେ ଦୁଇ ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ତାଙ୍କ ମୃତ୍ୟୁ ନେଇ ଲଜ କର୍ମଚାରୀମାନେ କେମିତି କିଛି ଜାଣିପାରିଲେ ନାହିଁ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତ ଗୋକୁଳାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ କଳା ପଡିଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଖବର ମିଲିବା ପରେ ବଲାଙ୍ଗୀର ଆଦର୍ଶ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମୃତଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ତୋଫାନ ବାଗ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories