କଂ​‌ଗ୍ରେସରେ ମିଶିଲେ ବୈଜନାଥ ସିଂ ଯାଦବ

ଭୋପାଳ: ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା। ଦଳର ଟାଣୁଆ ନେତା ବୈଜନାଥ ସିଂ ଯାଦବ କଂଗ୍ରେସରେ ମିଶିଛନ୍ତି। ପ୍ରାୟ ୪୦୦ କାରର ଏକ କାରକେଡରେ ଯାଇ କଂଗ୍ରେସରେ ସାମିଲ ହୋଇଛନ୍ତି ବୈଜନାଥ । ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ କଂଗ୍ରେସରେ ହୋଇଥିବା ବିଦ୍ରୋହରେ ବୈଜନାଥ ସାମିଲ ଥିଲେ। ଏହି ବିଦ୍ରୋହ ଯୋଗୁ କମଲନାଥ ସରକାରର ପତନ ଘଟିଥିଲା । ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୈଜନାଥଙ୍କୁ ସ୍ବାଗତ କରିଥିଲେ କମଲନାଥ ଓ ଦିଗବିଜୟ ସିଂ। ବିଜେପିରେ ତାଙ୍କୁ ଉପେକ୍ଷା କରାଯିବା ପରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି।

Comments are closed.