www.samajalive.in
Saturday, December 6, 2025
26.1 C
Bhubaneswar

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଉତ୍ତରାଖଣ୍ଡରେ ଫସିଥିବା ୨୪ ଓଡିଆ ଛାତ୍ରଛାତ୍ରୀ ଓଡିଶା ଫେରିଲେ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଉତ୍ତରାଖଣ୍ଡରେ ଫସିଥିବା କେନ୍ଦ୍ରାପଡା ଜବାହାର ନବୋଦୟ ବିଦ୍ୟାଳୟର ୨୪ ଜଣ ଛାତ୍ରଛାତ୍ରୀ ଓଡିଶା ଫେରିଲେ। ଏହି ଛାତ୍ରଛାତ୍ରୀ ମାନେ ଆଜି ସଂଧ୍ୟା ସୁଧା କେନ୍ଦ୍ରାପଡାରେ ପହଞ୍ଚିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ସାରା ଦେଶରେ କରୋନା ଲକ୍‌ଡାଉନ ଯୋଗୁ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗଠାରେ କେନ୍ଦ୍ରାପଡା ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଳୟର ୨୪ ଜଣ ଛାତ୍ରଛାତ୍ରୀ ଫସି ରହିଥିଲେ। ଏହି ଛାତ୍ରଛାତ୍ରୀ ମାନେ ରୁଦ୍ରପ୍ରୟାଗରେ ଥିବା ନବୋଦୟ ବିଦ୍ୟାଳୟ ଯାଇଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଫେରାଇ ଆଣିବାପାଇଁ ସେମାନଙ୍କ ଅବିଭାବକ ମାନେ କେନ୍ଦ୍ରାପଡା ବିଜେପି ଜିଲ୍ଲା ସଭାପତି ଶ୍ରୀ କିଶୋର ପଣ୍ଡାଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ। ଶ୍ରୀ ପଣ୍ଡାଙ୍କ ତରଫରୁ ଉତ୍ତରାଖଣ୍ଡ ପ୍ରଶାସନ ସହ ଯୋଗାଯୋଗ କରିବାପରେ ଏହି ଛାତ୍ରଛାତ୍ରୀ ମାନଙ୍କୁ ଏକ ବସ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ରୁଦ୍ରପ୍ରୟାଗରୁ ଏହି ବସ ବାହାରି ସାରିଥିବାବେଳେ ଆଜି ସଂଧ୍ୟାରେ କେନ୍ଦ୍ରାପଡାରେ ପହଞ୍ଚିବାର ସୂଚନା ମିଳିଛି।

- Advertisement -

ରୁଦ୍ରପ୍ରୟାଗରୁ ସୁରକ୍ଷିତ ଭାବେ ଏହି ଛାତ୍ରଛାତ୍ରୀ ମାନଙ୍କୁ ଫେରାଇ ଆଣିବା ସହ ତୁରନ୍ତ ହସ୍ତକ୍ଷେପ କରିଥିବାରୁ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି। ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ମଧ୍ୟ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories