www.samajalive.in
Monday, December 8, 2025
27.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା ଘଟଣା : ଷ୍ଟେସନ ମାଷ୍ଟରଙ୍କ ଅବହେଳା ଘଟାଇଲା ଦୁର୍ଘଟଣା

ବାହାନଗା : ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଅଦ୍ୟାବଧି ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ଚିକିତ୍ସାଧୀନ ଅଛନ୍ତି। ତେବେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଛି ସାଂଘାତିକ ତଥ୍ୟ। ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏପରି କି ରିପୋର୍ଟରେ ଏହି ଦୁର୍ଘଟଣା ପାଇଁ ବାହାନଗା ବଜାର ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯିବା ସହିତ ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପଦ୍ଧତିରେ ତ୍ରୁଟି ଥିବା ଦର୍ଶାଯାଇଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ ୧୪ ସେକେଣ୍ଡରେ ସିଗନାଲ ପରିବର୍ତ୍ତନ ହେବା କଥା। ହେଲେ ଦୁର୍ଘଟଣା ଦିନ ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା। ଏପରି ତ୍ରୁଟି ପାଇଁ ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିକୁ ଦାୟୀ କରାଯାଇଛି। ନିୟମ ଅନୁସାରେ, ଏହି ପରିବର୍ତ୍ତନ ନେଇ ଷ୍ଟେସନ ମାଷ୍ଟର ରିପୋର୍ଟ କରି କରମଣ୍ଡଳ ଏକ୍ସପ୍ରେସକୁ ରୋକିବାର ଥିଲା। ହେଲେ ଷ୍ଟେସନ ମାଷ୍ଟର ଏହା କରି ନଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟି ଅକାରଣରେ ଏତେ ଜୀବନ ନେଇଗଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories