www.samajalive.in
Friday, December 12, 2025
26.1 C
Bhubaneswar

ବନ୍ଧୁକ ମୁନରେ ୮ ହଜାର ଟଙ୍କା ଲୁଟ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଚୋତିପାଳଙ୍ଗ ନିକଟରେ ଡ଼ାଳତୋଳା ପରିବା ହାଟରୁ ଜଣେ ପରିବା ବେପାରୀ ପରିବା ବିକ୍ରି କରି ଫେରୁଥିବା ସମୟରେ ୩ ଜଣ ଯୁବକ ତାଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରି ଆହତ କରିବା ପରେ ତାଙ୍କ ଠାରୁ ୮ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଗତକାଲି ବାଘମାରୀ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ କରୁଛି । ବୈଦେଶ୍ୱର ଖଜୁରିପଦା ଗ୍ରାମର ତ୍ରିନାଥ ପ୍ରଧାନ ଡାଳତୋଳା ପରିବା ହାଟରୁ ବେପାର ସାରି ରାତି ୧୦.୩୦ ରେ ଘରକୁ ଫେରୁଥିଲେ। ସମ୍ପୃକ୍ତ ସ୍ଥାନରୁ ଏକ ବାଇକରେ ଆସିଥିବା ୩ ଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ମୁନରେ ଆକ୍ରମଣ କରି ଆହତ କରିଥିଲେ। ତାଙ୍କ ନିକଟରେ ଥିବା ୮ ହଜାର ଟଙ୍କା ଲୁଟ କରି ଘଟଣାସ୍ଥଳରୁ ସେମାନେ ଚମ୍ପଟ ମାରିଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଗତକାଲି ରାତିରେ ସେ ବାଘମାରୀ ଥାନାରେ ଏସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି ।ବାଘମାରୀ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ୩୧/୨୨ନଂ ମୋକଦମା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories