ବଲାଙ୍ଗିର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏବଂ ଏହି ଦୁର୍ଘଟଣାରେ ୮ଜଣ ଛାତ୍ର ଆହତ ହୋଇଛନ୍ତି। ଆହତ ହୋଇଥିବା ଛାତ୍ରମାନେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସୂଚନା ମିଳିଛି। ଆଜି ସୋନପୁର ଜାମକାନି ଆଦର୍ଶ ସ୍କୁଲର ଛାତ୍ରମାନଙ୍କୁ ନେଇ ବୋଲେରୋ ଯାଉଥିଲା। ତରଫା ମେଣ୍ଢା ରାସ୍ତାର ମହୁଲିପାଲି ଛକରେ ୮ଛାତ୍ରଙ୍କୁ ନେଇ ଯାଉଥିବା ବୋଲେରୋ ବାଇକ ସହ ଧକ୍କାହୋଇଥିଲା। ଫଳରେ ବୋଲେରୋରେ ଯାଉଥିବା ଛାତ୍ରମାନେ ଆହତ ହୋଇଥିଲେ। ଆହତ ଛାତ୍ରମାନଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
Popular Categories



