www.samajalive.in
Sunday, December 7, 2025
26.1 C
Bhubaneswar

ଜୁଆ ଆଡ୍ଡା ଚଢ଼ାଉ, ୬ ଗିରଫ

ବଡ଼ସାହି: ମୟୂରଭଞ୍ଜ ଜିଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ପୁଲିସ ଶନିବାର ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡାରେ ଚଢାଉ କରି ସଫଳତା ପାଇଛି। ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୯ଟି ବାଇକ, ନଗଦ ୨୯ହଜାର ୫୩୦ଟଙ୍କା ଓ ତାସପାଲି ଜବତ କରିଛି। ତେବେ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଜବତ ୯ଟି ବାଇକ ଥାନାକୁ ଅଣାଯିବା ସହିତ ଫେରାର ଅଭିଯୁକ୍ତଙ୍କ ସବିଶେଷ ବିବରଣୀ ସଂଗୃହୀତ ହୋଇଛି। ଫେରାରଙ୍କ ମଧ୍ୟରେ ବାରିପଦାର କିଛି ପେଷାଦାର ଜୁଆଡ଼ିଙ୍କ ନାମ ଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଅବାଧ ଜୁଆଖେଳ ନେଇ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଉଠାଣୀନୂଆଗାଁ ଗ୍ରାମର ସୁମନ୍ତ କୁମାର ପୃଷ୍ଟି, ଆନନ୍ଦ ବେହେରା, ବିଦେଶୀ ନାୟକ ଓ ନବ ବେହେରା, ଯଦୁନାଥପୁର ଗ୍ରାମର ଗୋପିନାଥ ବେହେରା ଓ ଖୁଣ୍ଟା ଥାନା ଅଧୀନ ଚୂନଡିହା ଗ୍ରାମର ରମେଶ ବେହେରାଙ୍କୁ ଗିରଫ କରାଯାଇଛି ବୋଲି ଭାରପ୍ରାପ୍ତ ଥାନାଧିକାରୀ ଅଶୋକ କୁମାର ନାୟକଙ୍କ ଠାରୁ ଜଣାପଡ଼ିଛି। ଏହି ଚଢାଉରେ ସବଇନି୍‍ସପେକ୍ଟର ଅଶୋକ କୁମାର ବାରିକ, ଏଏସ୍ଆଇ ମଞ୍ଜୁଲତା ବେହେରା ଓ ଡିପି ନାଏକଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories