www.samajalive.in
Saturday, December 6, 2025
26.1 C
Bhubaneswar

ଜାଲ ପାସ୍ ବଳରେ କଲକାତାରୁ ଓଡ଼ିଶା ଆସିବା ଘଟଣା : ଦୁର୍ଗାଦେବୀ ଅଞ୍ଚଳରେ ଉତ୍ତେଜନା, ଗାଡ଼ି ଚାଳକ ସମେତ ୨ ସଙ୍ଗରୋଧରେ 

ବଡ଼ସାହିି : ଜାଲ୍ ପାସ୍ ବଳରେ କଲକାତାରୁ ଓଡ଼ିଶା ଆସିବା ଘଟଣା ନେଇ ବୁଧବାର ‘ସମାଜ’ରେ ଏକ ଅନୁସନ୍ଧାନମୂଳକ ଖବର ପ୍ରକାଶ ହେବା ପରେ ଅଭିଯୁକ୍ତ ଚାଳକଙ୍କୁ ତାଙ୍କ ଗ୍ରାମ ଲୋକେ ଠାବ କରିଛନ୍ତି। ଚାଳକ ଜଣଙ୍କ ହେଲେ ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ବିନୋଦ କୁମାର ଦେ(୩୦)। ସେ ତାଙ୍କ ସହଯୋଗୀ ଚନ୍ଦ୍ରକାନ୍ତ ସାହୁ(୨୮)ଙ୍କ ସହିତ ୧୭ତାରିଖରେ କାର (ନଂ ଓଡ଼ି ୦୨ଜେ-୬୪୬୬) ଯୋଗେ କଲକାତାର ସାଲକିଆ ଚଉରାସ୍ତା ଅଞ୍ଚଳରୁ ଏହି ୨ନର୍ସଙ୍କୁ ଆଣି ୧୮ତାରିଖ ସକାଳେ ବଡ଼ସାହି ଥାନା ଚନ୍ଦନପୁର ଗ୍ରାମରେ ଛାଡ଼ିଥିଲେ।

ପ୍ରାଣଘାତୀ ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଉତ୍ତର ଓଡ଼ିଶାରେ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ମଙ୍ଗଳବାର ବଡ଼ସାହି ବ୍ଲକର ଚନ୍ଦନପୁର ପଞ୍ଚାୟତର ଏକ ଗ୍ରାମରେ ଏପରି କଲକାତା ଫେରନ୍ତା ୨ଜଣ ଷ୍ଟାଫନର୍ସଙ୍କୁ ନେଇ ଉତ୍ତେଜନା ଦେଖା ଦେଇଛି। ଛାତ୍ରୀ ଦ୍ୱୟ କଲକାତାର ଘରୋଇ ଡ଼ାକ୍ତରଖାନାରେ ଚାକିରୀ କରୁଥିବା ବେଳେ ସେଠାକାର ଉଦବେଗଜନକ ସ୍ଥିତି ପାଇଁ ଏହି ଭଡ଼ା କାର ଯୋଗେ ଫେରିଥିବା କହିଥିଲେ। ଗ୍ରାମରେ ଉତ୍ତେଜନା ଖବର ପାଇ ବିଡ଼ିଓଙ୍କ ନିର୍ଦେଶରେ ସରପଞ୍ଜ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଏନଏମ ଓ ଅଙ୍ଗନବାଡ଼ି କର୍ମୀ ଉଭୟଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ନର୍ସ ଦ୍ୱୟ ଆସିଥିବା କାର ଓ କାର ପାସକୁ ନେଇ ତଦନ୍ତ ସାପେକ୍ଷ ତଥ୍ୟ ‘ସମାଜ’କୁ ହସ୍ତଗତ ହୋଇଥିଲା। ୨ନର୍ସଙ୍କ ମୋବାଇଲ ସ୍କ୍ରିନରୁ ମିଳିଥିବା କାର ପାସ ବାଲେଶ୍ୱର ଏଡ଼ିଏମ/ମେଡ଼ିକାଲ ଅଫିସରଙ୍କ ପକ୍ଷରୁ ୧୪ତାରିଖରେ ଦିଆଯାଇଥିବା ଜଣାପଡ଼ିଥିଲା। ବାଲେଶ୍ୱର ଏଡ଼ିଏମ ଓ ସିଡ଼ିଏମଓଙ୍କ ସହିତ ଯୋଗାଯୋଗ ପରେ କାରପାସ ଜାଲ ବୋଲି ଜଣାପଡ଼ିଥିଲା। ନର୍ସ ଦ୍ୱୟଙ୍କର ସର୍ମ୍ପକୀୟ କାର ଠିକ କରିଥିବା କହିଥିବା ବେଳେ ସେମାନେ ଘରେ ପହଞ୍ଚି ସଙ୍ଗରୋଧରେ ରହିଛନ୍ତି ବୋଲି କହିଥିଲେ ହେଁ ଗୁରୁବାର ଉଭୟଙ୍କ ନମୁନା ସଂଗ୍ରହ କରାଯିବ ବୋଲି ବିଡ଼ିଓ ଦିଲିପ କୁମାର ମହାରଣା କହିଛନ୍ତି। କୋଭିଡ଼-୧୯ ଆଇନ ୨୦୨୦ ଉଲଘଂନ ନେଇ ଉଭୟଙ୍କ ବିରୋଧରେ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ବଡ଼ସାହି ପୁଲିସ୍‍ ନର୍ସଦ୍ୱୟଙ୍କର ବୟାନ ସଂଗ୍ରହ କରି ତଦନ୍ତ ଚଳାଇଛି।

- Advertisement -

ତେବେ ସମାଜରେ ଖବର ପ୍ରକାଶ ପରେ ଚାଳକଙ୍କ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସରପଞ୍ଚ ଦୁର୍ଗାଦେବୀ ଫାଣ୍ଡି ପୁଲିସ ସହିତ ତାଙ୍କ ଘରକୁ ଯିବା ପରେ ସ୍ୱାସ୍ଥ୍ୟ ବିଭାଗ କର୍ମୀଙ୍କୁ ଡ଼ାକି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ପାସଟି ସେ ଜଣେ ଡ଼ାକ୍ତରଙ୍କ ଠାରୁ ଆଣିଥିବା କହୁଥିବା ବେଳେ ତାହା ତଦନ୍ତ ସାପେକ୍ଷ। ଚାଳକ ଓ ସହଯୋଗୀ ଯୁବକଙ୍କୁ ପଞ୍ଚାୟତ ପକ୍ଷରୁ ସଙ୍ଗରୋଧରେ ରଖାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଜାଲ ପାସ ସମ୍ପର୍କରେ ସମସ୍ତ ବିଷୟ ଜଣାପଡ଼ିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories