www.samajalive.in
Friday, December 12, 2025
15.1 C
Bhubaneswar

ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗର କୁଖ୍ୟାତ ଅପରାଧି ବାପି ସହିତ ୨ଗିରଫ

ବଡ଼ସାହି : ମୟୂରଭଞ୍ଜ ଜିଲା, ବଡ଼ସାହି ପୁଲିସକୁ ଶନିବାର ବଡ଼ ସଫଳତା ମିଳିଛି। ସିରିଜ ବାଇକ ଚୋରି ମାମଲାର ତଦନ୍ତର ଅଗ୍ରଗତିରୁ ଏହି ସଫଳତା ମିଳିଥିବା ବେଳେ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗର ୨୮ଟି ମାମଲାର ଅଭିଯୁକ୍ତ ତଥା ଅପରାଧି ବାପି ଓରଫ ଚନ୍ଦ୍ରମୋହନ ଦାଶ(୩୦)ଙ୍କୁ ପୁଲିସ ଗିରଫ କରିଛି। ଚୋରି ବାଇକ କିଣୁଥିବା ପଶ୍ଚିମବଙ୍ଗ ଦାନ୍ତୁନ ଅଞ୍ଚଳର ଅଭିଯୁକ୍ତ ମଳୟ ବେରା(୨୩)ଙ୍କୁ ମଧ୍ୟ ଗିରଫ କରି ତାଙ୍କ ପାଖରୁ ୧୨ଟି ବାଇକ ଉଦ୍ଧାର କରିଛି। ଶନିବାର ଅପରାହ୍ଣରେ ବେତନଟୀ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକ ଓ ଆଇଆଇସି ଅଶୋକ କୁମାର ନାୟକଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଘଟଣା ଉପସ୍ଥାପନ କରିଛନ୍ତି।

ବାଲେଶ୍ୱର ସଦର ଥାନା ଅଧୀନ ସାହୁପଡ଼ା ଗ୍ରାମର ସ୍ୱର୍ଗତ ହରିହର ଦାଶଙ୍କ ପୁତ୍ର ବାପି ଓରଫ ଚନ୍ଦ୍ରମୋହନ ଘଟଣାର ମୁଖ୍ୟ କାରପଟ୍ଟଦାର। ସେ ବର୍ତ୍ତମାନ ବଡ଼ସାହି ଥାନା ଅଧୀନ ବଡ଼କେରକୋ ଗ୍ରାମରେ ରହୁଛନ୍ତି। ଦିନରେ ଅଟୋ ଡ଼୍ରାଇଭର ରାତିରେ ଚୋରି। ପୁଣି ଚୋରିର ବିଶେଷତ ଏହି ଯେ, ସେ ଘଟଣାରେ କାହାରିକୁ ସାମିଲ ନକରି ଏକାକି ଚୋରି କରିଥାଏ। ଆଉ ସର୍ବାଧିକ ବାଇକ ଚୋରି। ଗତ ୬ ଓ ୭ତାରିଖ ବିଳମ୍ବିତ ରାତିରେ ବଡ଼ସାହି ଥାନାର ଜଣେ ସବଇନିସପେକ୍ଟରଙ୍କ ବାଇକ ସମେତ ୩ଜଣଙ୍କ ବାଇକ ଚୋରି ଅଭିଯୋଗ କ୍ରମେ ବଡ଼ସାହି ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା। ଯାହାର ତଦନ୍ତ ଚାଲିଥିବା ବେଳେ ଶୁକ୍ରବାର ପେଟ୍ରୋଲିଂ ସମୟରେ ଅଭିଯୁକ୍ତ ବାପି ଚୋରା ବାଇକରେ ବୁଲୁଥିବା ବେଳେ ଧରାପଡ଼ିଥିଲା। ତାକୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସମସ୍ତ ଘଟଣା ସ୍ୱୀକାର କରିଥିଲା। ପରେ ମୟୂରଭଞ୍ଜ ଏସପିଙ୍କ ନିର୍ଦେଶରେ ଆଇଆଇସିଙ୍କ ନେତୃତ୍ୱରେ ଏକ ଦଳ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଧୀନ ପାନଶୋଳାକୁ ଯାଇ ଅନ୍ୟ ଅଭିଯୁକ୍ତ ମଳୟକୁ ଗିରଫ କରିବା ସହିତ ବାପି ଠାରୁ ବାଇକ କିଣି ବିଭିନ୍ନ ଗ୍ରାହକଙ୍କୁ ବିକ୍ରି କରିଥିବା ୧୨ଟି ବାଇକ ଉଦ୍ଧାର କରି ଥାନାକୁ ଆଣିଥିଲେ।

- Advertisement -

ଏଥି ସହିତ ଉଭୟଙ୍କ ଠାରୁ ୩ଟି ମୋବାଇଲ, ୪୫ହଜାର ନଗଦଟଙ୍କା, ଏକ ଯାତ୍ରୀବାହୀ ଅଟୋ, ବିଦ୍ୟୁତ ତାର ସହିତ ବିଭିନ୍ନ ସରଞ୍ଜାମ, ସାଉଣ୍ଡ ସିଷ୍ଟମ, ହାରମୋନିୟମ, ମିକ୍ସର ମେସିନ, ଟେବୁଲ ଓ ଷ୍ଟାଣ୍ଡ ପ୍ୟାନ, ଇନଭେଟର, ଆକୁଆଗାର୍ଡ଼ ଆଦି ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ବାପି ନାମରେ ବଡ଼ସାହି, ବାରିପଦା ସଦର ଓ ଟାଉନ, ଖୁଣ୍ଟା, ଜଳେଶ୍ୱର, ବସ୍ତା ଏବଂ ବାଲେଶ୍ୱର ସଦର ଓ ଟାଉନ ଥାନାର ୨୮ଟି ମାମଲା ଥିବା ବେଳେ ଦାନ୍ତୁନ ଥାନା ଇଲାକାରେ ଜଣେ ମାଜିଷ୍ଟ୍ରେଟଙ୍କ ଘରୁ ଚୋରି ମାମଲା ରହିଛି। ଅଭିଯୁକ୍ତ ଜଣଙ୍କର ୩ପତ୍ନୀ ଥିବା କୁହାଯାଉଛି। ବସ୍ତା ଥାନା ଅଞ୍ଚଳରେ ରହୁଥିବା ସମୟରେ ବାପି ତା’ର ଜଣେ ପତ୍ନୀକୁ ହତ୍ୟା କରିଥିବା ମାମଲା ମଧ୍ୟ ରହିଛି। ନିର୍ଦ୍ଧିଷ୍ଟ ବର୍ଷ ମଧ୍ୟରେ ବାପି ନିଜର ବାସସ୍ଥାନ ପରିବର୍ତ୍ତନ କରିଥାଏ। ୨୦୧୧ ମସିହାରୁ ସେ ସାହୁପଡ଼ା ପରେ ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେତନଟୀ, ବାରିପଦା ଓ ବଡ଼କେରକୋ ଅଞ୍ଚଳରେ ରହି ଉପରୋକ୍ତ ମାମଲାରେ ଜଡ଼ିତ ରହିଛି।

ପୁଲିସ ରେକର୍ଡ଼ ଅନୁଯାୟୀ ସେ ୩୨ଟି ବାଇକ ଚୋରି କରିଥିବା ଜଣାପଡ଼ିଛି। ପ୍ରଥମେ ପଶ୍ଚିମବଙ୍ଗରେ ଗରାଖ ଯୋଗାଡ଼ କରି ଅଗ୍ରିମ ଟଙ୍କା ଆଣିବା ପରେ ଉତ୍ତର ଓଡ଼ିଶାରୁ ବାଇକ ଚୋରି କରି ତହିଁ ପରଦିନ ଦାନ୍ତୁନର ମଳୟ ବେରା ପାଖରେ ପହଞ୍ଚାଇ ସମ୍ପୂଣ୍ଣ ଟଙ୍କା ଓ ପୁଣି ଅନ୍ୟ ଗୋଟିକର ଅଗ୍ରିମ ଟଙ୍କା ନେଇ ସେ ଆସିଥାଏ ବୋଲି ପୁଲିସ ପାଖରେ ବାପି ସ୍ୱୀକାର କରିଛି। ତେବେ ଏକ ଅଟୋ ଚଳାଇ ପରିବାର ପ୍ରତିପୋଷଣର ନାଟକ ରଚି ସେ ବଡ଼ସାହି ଥାନା ଇଲାକାରେ ରହି ଆସୁଥିଲା। ଏଣୁ ସବୁଦିନ ନୁହେଁ ଚାନ୍ଦିନୀ ରାତି…. ପରି ପୁଲିସର ସଠିକ ତଦନ୍ତ ଯୋଗୁଁ ସମସ୍ତ ଘଟଣା ଜଣାପଡ଼ିଲା। ପୁଲିସର ଏହି ସଫଳତା ପାଇଁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories