www.samajalive.in
Sunday, December 14, 2025
26.1 C
Bhubaneswar

ବିଶିଷ୍ଟ ସାରସ୍ୱତ ସାଧିକା ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକ

ବଡ଼ମ୍ବା: ଓଡ଼ିଶା ସାହିତ୍ୟ ଜାଗତର ବିଶିଷ୍ଟ ସାରସ୍ୱତ ସାଧିକା, ସୁବକ୍ତା ତଥା ଦୈନିକ ସମାଜ’ର ପୂର୍ବତନ ସମ୍ପାଦିକା ଅଧ୍ୟାପିକା ଡ.ମନୋରମା ମହାପାତ୍ରଙ୍କ ବିୟୋଗରେ ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ଦିବଂଗତ ମହାପାତ୍ରଙ୍କ ଅବର୍ତ୍ତମାନରେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଗଭୀର ଶୋକପ୍ରକାଶ କରିବା ସହ ଜଣେ ଖ୍ୟାତନାମା ବାଗ୍ମୀ, ଶିକ୍ଷାବିତ୍, ଉଚ୍ଚକୋଟିର ଲେଖକ ତଥା ସୃଜନଶୀଳ ସାହିତ୍ୟିକଙ୍କୁ ସବୁଦିନ ପାଇଁ ହରାଇଲା ଏବଂ ତାଙ୍କ ବିୟୋଗ ଓଡ଼ିଶାର କଳା ଓ ସଂସ୍କୃତି ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି।

ସେହିଭଳି ବଡ଼ମ୍ବାର ପୂର୍ବତନ ବିଧାୟକ ସମୀରକୁମାର ରାଉତରାୟ, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ପୂର୍ବତନ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ପରମାନନ୍ଦ ସେଠୀ, ବ୍ଲକ ବିଜେଡି ସଭାପତି ରବିନ୍ଦ୍ର କୁମାର ସାହୁ, ବିକଚ ସାହିତ୍ୟ ସଂସଦର ସଭାପତି ଦୁର୍ଯ୍ୟୋଧନ ବରାଳ, ସହିଦ ଭଗତ ସିଂହ ଗଣସାହିତ୍ୟ ସାମୁଖ୍ୟର ଅଧ୍ୟକ୍ଷ କବି ଧୃବ ରଣା, ବଡ଼ମ୍ବା ପ୍ରାଣଯୋଗ ପ୍ରତିଷ୍ଠାନର ଅଧ୍ୟକ୍ଷ ଚନ୍ଦ୍ରଶେଖର ମହାନ୍ତି, ନାଗରିକ ମଞ୍ଚର ସମ୍ପାଦକ ଅମୀୟ ପଟ୍ଟନାୟକ, କଲେଜ ଅଧ୍ୟକ୍ଷ କୁମାରେଶ ରଥ, ପୂଜ୍ୟପୂଜା ପରିଷଦର ସଭାପତି ବିରଜା ଚରଣ ପଟ୍ଟନାୟକ, ସମ୍ପାଦକ ଅମରେଶ ରଥ, ଓକିଲ ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, କଳାତୀର୍ଥର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ବୁଦ୍ଧିନାଥ ମହାନ୍ତି, ପୂର୍ବତନ ଜିଲାପରିଷଦ ସୂର୍ଯ୍ୟକିଶୋର ମହାନ୍ତି, କାର୍ଯ୍ୟରତ ସାମ୍ବାଦିକ ସଂଘର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ବୈକୁଣ୍ଠ ସାହିତ୍ୟ ସଂସଦର ସଂଯୋଜକ ଗିରଜା ପ୍ରସାଦ ମିଶ୍ର, ସାହିତ୍ୟିକ ଜଗନ୍ନାଥ ବାରିକ, ପଣ୍ଡିତ କାଳନ୍ଦି ଚନ୍ଦ୍ର ମିଶ୍ର, ହାଟ ବଣିକ ସଂଘ ସଭାପତି ଶିବନାରାୟଣ ମିଶ୍ର ପ୍ରମୁଖ ବଡ଼ମ୍ବାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମନୋରମା ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଦିବଂଗତ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories