www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ଗଡ଼ ଫେରିପାଇଲା ବିଜେଡି ; ବଡ଼ମ୍ବାର ୩ଟି ଜିଲାପରିଷଦ ଜୋନରେ ବିଜୟୀ

ବଡ଼ମ୍ବା : ଚଳିତ ପଞ୍ଚାୟତ ନିର୍ବାଚନରେ କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ୩ଟି ଜିଲାପରିଷଦ ଜୋନରେ ଶାସକ ବିଜୁ ଜନତା(ବିଜେଡି) ଦଳକୁ ସଫଳତା ମିଳିଛି। ଉତ୍ତମ ପ୍ରଦର୍ଶନ କରି ସମସ୍ତ ୩ଟି ଜୋନରେ ବିଜେଡିର ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସୂଚନାଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ଏହି ସମସ୍ତ ଜୋନରେ ଭାରତୀୟ ଜନତା ପାର୍ଟି(ବିଜେପି) ଦଳର ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ବଡ଼ମ୍ବା କାହିଁକି ଏହି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଡ଼ମ୍ବା ଏବଂ ନରସିଂହପୁର ବ୍ଲକର ସମୁଦାୟ ୭ଟି ଜିଲାପରିଷଦରୁ ୬ଟିରେ ବିଜେପି ସମର୍ଥିତ ପ୍ରାର୍ଥୀ ଗତ ନିର୍ବାଚନରେ ବିଜୟୀ ହେବାରେ ବିଜେଡିର ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ଏକ ଆଶାତିତ ପରିବର୍ତ୍ତନର ଚିତ୍ର ରାଜନୈତିକ ମହଲରେ ସୃଷ୍ଟି ହୋଇଥିଲା। ତେବେ ଏଥର କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସମସ୍ତ କଳ୍ପନାଜଳ୍ପନାକୁ ଦୂରେଇ ଦେଇ ଏଥର ବିଜୁ ଜନତା ଦଳ ପୁଣିଥରେ ତାର ଗଡ଼ ବଜାୟ ରଖିବାକୁ ସକ୍ଷମ ହୋଇଛି । ଉଭୟ ବଡ଼ମ୍ବା ଏବଂ ନରସିଂହପୁରରେ ଦଳ ସପକ୍ଷରେ ବିପୁଳ ମତଦାନ ହୋଇଥିବା ଘୋଷିତ ଫଳାଫଳରୁ ଜଣାଯାଇଛି । ଗତ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ ବିଜେଡି ସପକ୍ଷରେ ପାଖାପାଖି ୧୫ରୁ ୩୦ ପ୍ରତିଶତ ମତଦାନ ହାର ବୃଦ୍ଧି ଘଟିଥିବା ପ୍ରକାଶିତ ଫଳାଫଳରୁ ଜଣାଯାଇଛି । ୨୯  ନମ୍ବର  ଜିଲାପରିଷଦ ଜୋନରୁ ଜୟଶ୍ରୀ ବରାଳ, ୩୦ରୁ ରବିନ୍ଦ୍ରକୁମାର ସାହୁ ଏବଂ ୩୧ ନମ୍ବର ଜୋନରେ ବିଜେଡି ସମର୍ଥିତ ଦଳୀୟ ପ୍ରାର୍ଥୀ ନୟନା ସାହୁ ବିଜୟୀ ଘୋଷିତ ହୋଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories