www.samajalive.in
Monday, December 8, 2025
24.1 C
Bhubaneswar

ବଡଘୁମେର ଲିଲାନିଧି ମୃତ୍ୟୁ ମାମଲା: ବିବାହିତ ମହିଳା ଗିରଫ, ଏକାଧିକ ଲୋକଙ୍କ ସଂପୃକ୍ତି ନେଇ ଅଭିଯୋଗ

ଧର୍ମଗଡ: ବଡଘୁମେର ଗାଁ ଲିଲାନିଧି ହତ୍ୟା ମାମଲାରେ ଧର୍ମଗଡ ପୁଲିସ ଜଣେ ବିବାହିତ ମହିଳାକୁ ଗିରଫ କରିଛି। ଗିରଫ ମହିଳା ଜଣକ ସେହି ଗାଁର କୁନ୍ତି କୋଶି ବୋଲି ପୁଲିସ ସୁଚନା ଦେଇଛି। ମୃତକ ଓ ଅଭିଯୁୁକ୍ତା ମହିଳାଙ୍କ ମଧ୍ୟରେ ଦୀର୍ଘ ଦିନର ଅନୈତିକ ପ୍ରେମ ସମ୍ପର୍କ ଥିବାବେଳେ କିଛି ଧାର ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ଓ ତାଙ୍କ ସଂପର୍କରେ ଫାଟ ହେବା ହିଁ ହତ୍ୟାର ପ୍ରମୂଖ କାରଣ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଶ୍ରବଣା ବିବେକ ପ୍ରକାଶ କରିଛନ୍ତି।
ପୁଲିସର ମିଳିଥିବା ସୁଚନାନୁଯାୟୀ ଗତ ଶନିବାର ଅର୍ଥାତ ୨ା୧ରିଖ ଦିନ ମୃତକ ଓ ଅଭିଯୁକ୍ତା ମହିଳା ଏକ ବାଇକ ଯୋଗେ ଗାଁରୁ ବାହାରି ପ୍ରଥମେ ଧର୍ମଗଡ ଆସିଥିଲେ। ଘରୁ ବାହାରିବା ସମୟରେ ଅଭିଯୁକ୍ତା ମହିଳା ଜଣକ ଲିଲାନିଧିଙ୍କୁ ଯେକୌଣସି ମତେ ରାସ୍ତାର ହଟେଇବା ଚିନ୍ତାରେ ସାଙ୍ଗରେ ଏକ ଛୁରୀ ନେଇ ଆସିଥିଲେ। ଧର୍ମଗଡ ପହଂଚିବା ପରେ ବୁଲି ବୁଲି ସେମାନେ ବଳଧିମାଲ-କାଲୋପଲା ରାସ୍ତା ଦେଇ ବୋଡେନ -ରାବଣଗୁଡା କେନାଲ ରାସ୍ତାରେ ଯାଇ ରାବଣଗୁଡା ଗେଟ ଠାରୁ ଅଳ୍ପ ଦୂରରେ ଅଟକି ଥିଲେ। ସେଠାରେ ସେମାନଙ୍କ ମଧ୍ୟରେ କିଛି ବଚସା ହୋଇଥିଲା ଏବଂ ସୁଯୋଗ ଦେଖି ଏକ ପଥରରେ ମହିଳା ଜଣକ ବାରମ୍ବାର ଲିଲାନିଧିର ମୁଣ୍ଡରେ ଛେଚିଥିଲେ। ଲିଲାନିଧି ବେହୋସ ହେବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ନିଜ ସାଙ୍ଗରେ ନେଇଥିବା ଏକ ପନିପରିବା କଟା ଛୁରୀରେ ତାଙ୍କ ବେକରେ ଛୁରୀ ମାରିଥିଲେ। ମରିବା ନେଇ ସୁନିଶ୍ଚିତ ହେବା ପରେ ସେଠାରୁ ଚାଲି ଚାଲି ନିଜ ଗାଁକୁ ଆସିଥିଲେ। ଅଭିଯୁକ୍ତ ମହିଳା ଜଣକ ମୃତକଙ୍କୁ ୨୦ହଜାର ଟଙ୍କା ଧାର ଦେଇଥିଲେ। ସେଇ ଟଙ୍କାକୁ ନେଇ ତାଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ହୋଇଥିଲା। ତେବେ ମୃତକ ଟଙ୍କା ସୁଝିବା ବଦଳରେ ଅଭିଯୁକ୍ତ ମହିଳାଙ୍କୁ ଦୁଇଟି ସୁନା କାନ ଫୁଲ ଦେଇଥିଲେ। ଯାହା ପୁଲିସ ଜବତ କରିଛି। ଏହା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ,ମୋବାଇଲ ଅଭିଯୁକ୍ତ ମହିଳାଙ୍କ ଘରୁ ପୁଲିସ ଜବତ କରିଥିବାବେଳେ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ହୋଇଥିବା ପଥରକୁ ଜବତ କରାଯାଇଛି।


ସୁଚନାଯୋଗ୍ୟ ଯେ ମୃତକ ଲିଲାନିଧି ଶନିବାର ଅର୍ଥାତ ୨ ତାରିଖ ଦିନ ସକାଳେ ଘରୁ ବାହାରିଥିଲେ। ସେହିଦିନ ୧୦ରୁ ୧୦.୩୦ମଧ୍ୟରେ ତାଙ୍କ ମଝିଆ ଖୁଡୀ ତାଙ୍କୁ ଭବାନିପାଟଣା ଯିବା ପାଇଁ ଫୋନ କରିବାରୁ ଅଳ୍ପ ସମୟ ମଧ୍ୟରେ ଆସୁଛି କହି ଫୋନ କାଟି ଦେଇଥିଲେ। ପରବର୍ତ୍ତି ମୂହୂର୍ତ୍ତରୁ ତାଙ୍କ ଫୋନ ସ୍ୱିଚଡ ଅଫ ରହିଥିଲା। ତାଙ୍କୁ ବାରମ୍ବାର ପରିବାର ଲୋକ ଫୋନ କରିଥିଲେ ହେଁ ଫୋନ ସଂଯୋଗ ହୋଇନଥିଲା। ଫଳରେ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ସଂପର୍କିୟ ବଂଧୁବାନ୍ଧବ ଓ ତାଙ୍କ ସାଙ୍ଗସାଥୀଙ୍କ ଘରେ ପଚାରିବୁଝିଥିଲେ। ସୋମବାର ସକାଳେ ରାବଣଗୁଡା-ବୋଡେନ ଇନ୍ଦ୍ରାବତୀ କେନାଲର ରାବଣଗୁଡା ଗେଟ ନିକଟରୁ ଅଳ୍ପ ଦୂରରେ ଥିବା କେନାଲ ହୁଡା ତଳେ ତାଙ୍କ ମୃତ ଦେହ ଠାବ କରାଯାଇଥିଲା। ଗିରଫ ମହିଳାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତଦନ୍ତ ଅଧିକାରୀ ଟୁନା ସେଠି,ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକ ପ୍ରମୂଖ ଉପସ୍ଥିତ ଥିଲେ। ତେବେ ଏହି ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ନେଇ ପରିବାର ପକ୍ଷରୁ କଳାହାଣ୍ଡି ଏସପିକୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories