www.samajalive.in
Wednesday, December 10, 2025
26.1 C
Bhubaneswar

ଅନଲାଇନ ରିଫ୍ରେସର କୋର୍ସ ଉଚ୍ଚଶିକ୍ଷାକୁ ନୂତନ ଜ୍ଞାନ ଓ କୌଶଳ ବିକାଶରେ ସହାୟକ ହେବ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୟୁଜିସି-ମାନବ ସଂସାଧନ ବିକାଶ କେନ୍ଦ୍ର ଦ୍ୱାରା ପରିବେଷ ଅଧ୍ୟୟନ ଶିର୍ଷକ ଏକ ୧୪ ଦିନିଆ ରିଫ୍ରେସର କୋର୍ସ ଉଦଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରୁ ୪୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ ଅଧ୍ୟାପିକା ଅଂଶଗ୍ରହଣ କରିଛନ୍ତି।

 

- Advertisement -

କାର୍ଯ୍ୟକ୍ରମର ଉଦଘାଟନ ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୁଳପତି ପ୍ରଫେସର ଦୀପକ କୁମାର ବେହେରା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଅନଲାଇନ ରିଫ୍ରେସର କୋର୍ସ ଉଚ୍ଚଶିକ୍ଷାକୁ ନୂତନ ଜ୍ଞାନ ଓ କୌଶଳ ବିକାଶରେ ସହାୟକ ହେବ ବୋଲି କହିଥିଲେ। ଭାରତରେ ନୂତନ ଶିକ୍ଷାନିତି (ଏନଇପି)ରେ ଶିକ୍ଷକ ମାନଙ୍କ ଗୁରୁଦାୟିତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ରୁପେ ଫକିର ମୋହନ ବିଶ୍ୱବିଦ୍ୟାଳୟ ପୁର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ପରିବେଷର ସଂରକ୍ଷଣ ଓ ବିକାଶ ହିଁ ଉଚ୍ଚଶିକ୍ଷାର ମାନଦଣ୍ଡ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ଗହଣରେ ସମ୍ମାନିତ ଅତିଥି ଭାବରେ ବିଶ୍ୱବିଦ୍ୟାଳୟର ସ୍ନାନକୋତ୍ତର ସମୁହ ଅଧ୍ୟକ୍ଷ ପ୍ରଫେସର ଅର୍କ କେଶରୀ ଦାସ ମହାପାତ୍ର ଏବଂ ପ୍ରଫେସର ସଞ୍ଜୀବ ସାହୁ ଉପସ୍ଥିତ ଥିଲେ। ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବୁଲୁ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories