www.samajalive.in
Wednesday, December 10, 2025
26.1 C
Bhubaneswar

କୁମାରୀ ଗାଁର ପ୍ରସିଦ୍ଧ ବାଙ୍କଦେବୀଙ୍କ ଯାତ୍ରା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁମାରୀ ଗ୍ରାମରେ ରାଜରାଜୁଡା ସମୟରୁ ପୂଜା ପାଉଥିବା ମା ବାଙ୍କଦେବୀଙ୍କର ପ୍ରସିଦ୍ଧ ଯାତ୍ରା ଗୁରୁବାର ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଅଛି। ପ୍ରତି ୪ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିିତ ହୋଇଥାଏ।

କିମ୍ବଦନ୍ତୀ କହେ ୧୮୦୦ ଶତାଦ୍ଦୀରେ ବାଙ୍କବାବା ବୋଲି ଜଣେ ସାଧୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଧ୍ୟାନରେ ଥିଲେ। ସେ ତାଙ୍କର ଝୁଲା ମଧ୍ୟରେ ଗୋଟିଏ ମଣି ସଦୃଶ ଘଟ ରଖିଥାନ୍ତି। ସେହି ମଣି ସଦୃଶ ଘଟର ଉଜ୍ୱଳରେ ଜଙ୍ଗଲର କିଛି ଅଂଶ ଆଲୋକିତ ହୋଇଥାଏ। ସେହି ସମୟରେ ଅତଲସରା ଗ୍ରାମର କହ୍ନେଇ ଦେହୁରୀ ନାମକ ବ୍ୟକ୍ତି ମଇଁଷି ଚରାଉଥିବା ବେଳେ ତାଙ୍କର ସନ୍ଧାନ କରି ଗ୍ରାମରେ ଖବର ଦିଅନ୍ତି। ଏହପରେ ବୌଦ୍ଧ ରାଜା ସିପାହୀ ଦଳ ବ୍ୟାଘ୍ର ଶିକାରରେ ଆସିଥିବା ବେଳେ ଅତଲସରା ଗ୍ରାମର ଲୋକ ମାନଙ୍କଠାରୁ ବାଙ୍କବାବାଙ୍କ ଠାରେ ଏପରି ଅଲୌକିକ ମଣି ଥିବାର ସୂଚନା ପାଇଥିଲେ। ବାବାଙ୍କ ଠାରୁ ମଣି ହରଣ କରିବାର ବିଫଳ ହେବା ପରେ ବାବାଙ୍କୁ ରାଜାଙ୍କ ସୀପାହୀ ହତ୍ୟା କରି ମଣି ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି। ମାତ୍ର ମଣି ଶୂନ୍ୟରେ ଉଭେଇ ଯାଇଥାଏ। ବାବାଙ୍କ ମୃତଦେହ ଏବେର ପୀଠସ୍ଥଳୀ ଠାରେ ସିପାହୀ ପୋତିି ଦିଅନ୍ତି।

- Advertisement -

ଏହାପରେ ଗ୍ରାମର ଗଉଁତିଆ କହ୍ନେ୍ଲଇ ଦେହୁରୀଙ୍କୁ ସ୍ୱପ୍ନାଦେଶ ହୁଏ ଯେ ସେ ମଣି ହେଉଛି ଏକ ଦେବୀ। ଏଣୁ ବାଙ୍କ ବାବାଙ୍କର ଝୁଲାରେ ଥିବାରୁ ବାଙ୍କ ଦେବୀ ହିସାବରେ ପ୍ରତି ୪ବର୍ଷରେ ଥରେ ବାଙ୍କଦେବୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ୧୯୨୦ ମସିହାରୁ ଏହି ଯାତ୍ରା ନିରବଛିନ୍ନ ଭାବେ ସମ୍ପନ୍ନ ହେଉଥିବା ଯାତ୍ରା କମିଟିର ବରିଷ୍ଠ ସଦସ୍ୟ କିଶୋର ବାନାର୍ଜୀ ,ନିର୍ମଳ ରଣାଙ୍କ ପକ୍ଷରୁ ସୂଚନା ମିଳିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories