www.samajalive.in
Friday, December 12, 2025
27.1 C
Bhubaneswar

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ନବାଗତ ବି.ଏ ଜେଏମ୍‌ସି ଓ ଏମ.ଏ ଜେଏମ୍‌ସି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

 

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ପକ୍ଷରୁ ବି.ଏ ଜେଏମ୍‌ସି ୨୦୨୪-୨୮ ଓ ଏମ.୍‌ଏ ଜେଏମ୍‌ସି ୨୦୨୪-୨୬ ବ୍ୟାଚ୍‌ର ନବାଗତ ଛାତ୍ରଛାତ୍ରୀଙ୍କୁ ଏହାର ଗୋଠପାଟଣା ପରିସରରେ ସ୍ୱାଗତ କରାଯାଇଛି । ଓଡିଶା ମେରାମଣ୍ଡଳୀର କଳିଙ୍ଗ ନଗରସ୍ଥିତ ଟାଟା ଷ୍ଟିଲର କର୍ପୋରେଟ୍‌ କମ୍ୟୁନିକେସନ ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ସମ୍ମାନିତ ଅତିଥି ରୁପେ ଏଥିରେ ଯୋଗ ଦେଇ କର୍ପୋରେଟ୍‌ କମ୍ୟୁନିକେସନ କ୍ଷେତ୍ରରେ ଥିବା ତାଙ୍କ ବ୍ୟାପକ ଅଭିଜ୍ଞତାକୁ ସମସ୍ତଙ୍କ ସହ ବାଣ୍ଟିଥିବା ସହ କୈାଣସି ସଂସ୍ଥାର ଖ୍ୟାତି ଓ ପ୍ରତିଷ୍ଠା ପାଇଁ ଲୋକ ସଂପର୍କର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ଏମ୍‌ବିସି ଟିଭିର ଡଃ ଅଶୋକ କୁମାର ପଣ୍ଡା ତଥା ବିଜିୟୁ ପ୍ରଫେସର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କ ସହ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ବିଜିୟୁ କୁଳପତି ପ୍ରଫେସର ପି.ପି ମାଥୁର ସାମ୍ବାଦିକତା ଓ ଡିଜିଟାଲ ମିଡିଆ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦେବାପାଇଁ କହିବା ସହ ଅଭିଭାବକମାନେ ଶିକ୍ଷାନୁଷ୍ଠାନ ଉପରେ ଆସ୍ଥା ରଖିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ଡଃ ବି.କେ ଦାସ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ବିର୍ଲା ସ୍କୁଲ ଅଫ୍‌ କମ୍ୟୁନି୍େ‌କସନ୍‌ର ଆସୋସିଏଟ୍‌ ଡିନ୍‌ ଶିବ ଶଙ୍କର ଦାସ ସ୍ୱାଗତ ଭାଷଣ ଦେଇ ବି.ଏ ଜେଏମ୍‌ସି ଓ ଏମ୍‌.ଏ ଜେଏମ୍‌ସି ପାଠ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ୟୁନିଭର୍ସିଟିର କୂଳଗୀତ ପରିବେଷଣ କରାଯାଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିର୍ଲା ସ୍କୁଲ ଅଫ୍‌ କମ୍ୟୁନି୍େ‌କସନ୍‌ରର ଆଷିଷ୍ଟାଣ୍ଟ ପ୍ରଫେସର ଜ୍ଞାନ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଜିୟୁର ବିଭିନ୍ନ ବିଭାଗର ଡିନ୍‌ , ଫାକଲ୍ଟି ସଦସ୍ୟ, ଅଭିଭାବକ ଏବଂ ବିଏ ଜେଏମ୍‌ସି ଓ ଏମ୍‌ଏ ଜେଏମ୍‌ସି ପାଠ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories