www.samajalive.in
Friday, December 5, 2025
20.1 C
Bhubaneswar

ରାମ ମନ୍ଦିରକୁ ନେଇ ଲାଲକୃଷ୍ଣ ଆଡଭାଣୀଙ୍କ ବଡ ବୟାନ କହିଲେ ପୂରଣ ହୋଇଛି ମୋର ସ୍ବପ୍ନ, ଆଜିର ଦିନ ଐତିହାସିକ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଆଜି ଅନୁଷ୍ଠିତ ହୋଇଛି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ । ଭୂମି ପୂଜନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପିତାମହ ଭୀଷ୍ମ ତଥା ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀ ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ନେଇ ବଡ ବୟାନ ଦେଇଛନ୍ତି । ଭିଡିଓରେ ଆଡଭାଣୀ କହିଛନ୍ତି  କହିଛନ୍ତି ମୋର ସ୍ବପ୍ନ ପୂରଣ ହୋଇଛି । ଆଜିର ଦିନ ସବୁ ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ ।

ଆଡଭାଣୀ ଆହୁରି କହିଛନ୍ତି କେବେ କେବେ ଜୀବନର ଗୁରୁତ୍ବପୂର୍ଣ୍ଣ ସ୍ବପ୍ନ ସାକାର ହେବାପାଇଁ ସମୟ ଲାଗିଥାଏ । କିନ୍ତୁ ଯେତେବେଳେ ତୁମେ ଦେଖିଥିବା ସେହି ସ୍ବପ୍ନ ସାର୍ଥକ ହୁଏ ସେତେବେଳେ ଖୁସିର ସୀମା ନଥାଏ । ଏମିତି ଏକ ସ୍ବପ୍ନ ମୋର ହୃଦୟରେ ଥିଲା ଯାହା ଏବେ ପୁରା ହେବାକୁ ଯାଉଛି । ନିଜ ବାର୍ତ୍ତାରେ ଆଡଭାଣୀ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ରାମ ଜନ୍ମଭୂମି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିଛନ୍ତି । ଏହା ବାସ୍ତବରେ ମୋ ପାଇଁ ଖାଲି ନୁହେଁ ସାରା ଦେଶ ପାଇଁ ଐତିହାସିକ ଓ ଭାବାତ୍ମକ ଦିନ ହେବ । ରାମ ଜନ୍ମ ଭୂମିରେ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ବିଜେପିର ସଂକଳ୍ପ ଥିଲା ।

- Advertisement -

ଭିଡିଓ ବାର୍ତ୍ତାରେ ରଥଯାତ୍ରା ସମ୍ପର୍କରେ ମନେ ପକାଇଛନ୍ତି ଆଡଭାଣୀ,ଲାଲକୃଷ୍ଣ ଆଡଭାଣୀ ନିଜର ବାର୍ତ୍ତାରେ ରଥଯାତ୍ରାକୁ ମଧ୍ୟ ମନେ ପକାଇ କହିଛନ୍ତି  ରାମ ଜନ୍ମଭୂମି ଆନ୍ଦୋଳନ ବେଳେ ୧୯୯୦ ରେ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଭଳି କାର୍ଯ୍ୟକ୍ରମ କରି ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ସଂପାଦନ କରିଥିଲି । ଏଥିରେ ବହୁ ସଂଖ୍ୟାରେ କର୍ମୀ ଯୋଗଦେଇଥିଲେ । ରାମ ଜନ୍ମଭୂମି ଆନ୍ଦୋଳନରେ ବହୁମୂଲ୍ୟ ଯୋଗଦାନ ଏବଂ ବଳିଦାନ ଦେଇଥିବା ଭାରତ ଏବଂ ବିଶ୍ୱର ସାଧୁ ସନ୍ଥ, ନେତା ଓ ଲୋକଙ୍କ ଆଗ୍ରହକୁ ଧନ୍ୟବାଦ ଜଣାଉଛି ।

ଏହାସହ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ମଧ୍ୟ ଆଡଭାଣୀ ଖୁସି ବ୍ୟକ୍ତ କରିବା ସହ କୋର୍ଟଙ୍କ ଏହି ରାୟ ଦେଶର ଶାନ୍ତି ମୈତ୍ରୀ ଏକତା ଅଖଣ୍ଡତାର ବନ୍ଧନକୁ ଆହୁରି ମଜବୁତ କରିଛି ବୋଲି କହିଛନ୍ତି ।ଶେଷରେ ଆଡଭାଣୀ କହିଛନ୍ତି ମୋର ବିଶ୍ବାସ ରାମ ମନ୍ଦିର ସମସ୍ତଙ୍କ ପାଇଁ ଏକ ନ୍ୟାୟ ମଜବୁତ ସମୃଦ୍ଧ ଶାନ୍ତିପୂର୍ଣ୍ଣ ଏବଂ ସାମଞ୍ଜସ୍ୟପୂର୍ଣ୍ଣ ରାଷ୍ଟ୍ର ଭାବେ ପ୍ରତିନିଧିତ୍ବ କରିବ । କାହାକୁ ବାହାର କରିବ ନାହିଁ । ଯଦ୍ବାରା ବାସ୍ତବରେ ରାମରାଜ୍ୟ ଶୁ-ସାଶନର ପ୍ରତିକ ହୋଇପାରିବ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories