www.samajalive.in
Friday, December 12, 2025
19.1 C
Bhubaneswar

ଆକାଶପଥରେ ଯୋଡି ହେଲା ଅଯୋଧ୍ୟା – ଅହମ୍ମଦାବାଦ

ଡେସ୍କ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ଆଜି ଅଯୋଧ୍ୟା ଓ ଅହମ୍ମଦାବାଦ ମଧ୍ୟରେ ପ୍ରତ୍ୟକ୍ଷ ବିମାନ ସେବାକୁ ଉଦ୍‌ଘାଟନ କରିଛନ୍ତି। ଅହମ୍ମଦାବାଦ ଓ ଅଯୋଧ୍ୟା ମଧ୍ୟରେ ସପ୍ତାହରେ ୩ଟି ବିମାନ ଚଳାଚଳ କରିବ। ଏହି ଅବସରରେ ସେ କହିଛନ୍ତି, ଏହି ବିମାନ ସେବା ଦୁଇ ସହର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ। ଶ୍ରୀ ସିନ୍ଦିଆ କହିଛନ୍ତି, ଅହମ୍ମଦାବାଦ ଭାରତର ଅର୍ଥନୈତିକ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଅଯୋଧ୍ୟା ଭାରତର ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ବହନ କରେ। ସେ କହିଛନ୍ତି, ସେହି ଦୁଇ ସହର ମଧ୍ୟରେ ବିମାନ ସଂଯୋଗ ଅର୍ଥନୈତିକ ଅଭିବୃଦ୍ଧି ଓ ପର୍ୟ୍ୟଟନର ବିକାଶରେ ସହାୟକ ହେବ।

ଉତ୍ତରପ୍ରଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଶ୍ରୀ ସିନ୍ଦିଆ କହିଛନ୍ତି, ଉତ୍ତରପ୍ରଦେଶରେ ବିମାନ ବନ୍ଦର ସଂଖ୍ୟା ୧୦ରେ ପହଞ୍ଚିଛି। ସେ କହିଛନ୍ତି, ଆସନ୍ତା ମାସରେ ଉତ୍ତରପ୍ରଦେଶକୁ ଆଉ ୫ଟି ବିମାନ ବନ୍ଦର ମିଳିବ। ସେଗୁଡ଼ିକ ଆଜମଗଡ଼, ଆଲିଗଡ଼, ମୋରାଦାବା ବାଦ, ଶ୍ରାବସ୍ତି ଓ ଚିତ୍ରକୂଟ ଠାରେ ନିର୍ମାଣ କରାଯାଉଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories