www.samajalive.in
Friday, December 12, 2025
14.1 C
Bhubaneswar

ଲାଭଜନକ ଚାଷ ପାଇଁ କୃଷକ ପରାମର୍ଶ ଶିବିର

ଆଠଗଡ :  ଆଠଗଡ କୃଷି ବିଭାଗ ପକ୍ଷରୁ କୃଷକ ସାଥୀ ଓ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ସଭ୍ୟ-ସଭ୍ୟାଙ୍କୁ ନେଇ ଲାଭଜନକ ତଥା ଜୈବିକ ଚାଷ ପାଇଁ ଏକ ପରାମର୍ଶ ଶିବିର ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଆଠଗଡ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଫିଲିପାଇନସ୍‌ସ୍ଥିତ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଉପଦେଷ୍ଟା ଶିବାଶିଷ ବଳ ଓ ଭୁବନେଶ୍ୱରସ୍ଥିତ ଧାନ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର କୃଷି ବିଜ୍ଞାନୀ ପ୍ରଦୀପ ସାହୁ ଯୋଗଦେଇ ଚାଷୀମାନେ କିପରି ଜୈବିକ ଚାଷ ଓ ବାସ୍ନାଯୁକ୍ତ ଚାଉଳ ଉତ୍ପାଦନ କରି ଅଧିକ ଲାଭବାନ ହୋଇପାରିବେ ସେ ସଂପର୍କରେ ବିସ୍ତୃତ ପରାମର୍ଶ ଦେଇଥିଲେ । ଏପରିକି ଚାଷୀମାନେ ଏହି ଜୈବିକ ପଦ୍ଧତିରେ ବାୟୋଫଟିଫାଏଡ ମାଧ୍ୟମରେ ସୁଗନ୍ଧିତ ଧାନ ଓ ତୈଳବୀଜ ଚାଷକରି ଅଧିକ ଲାଭବାନ ହୋଇପାରିବେ ସେ ସଂପର୍କରେ ମଧ୍ୟ ବୁଝାଇଥିଲେ। କୃଷିସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ଶ୍ରୀ ରାଉତ ଚାଷୀମାନଙ୍କୁ  ଜୈବିକ  ଚାଷ ପ୍ରଣାଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ । କୃଷକନେତା ନିରାକାର ଲେଙ୍କା ଓ ପ୍ରମୋଦ କୁମାର ସେଠୀ ଏଥିରେ ଯୋଗଦେଇ ପାରମ୍ପରିକ ଧାନଚାଷ ନକରି ଅଧିକ ବାସ୍ନାଯୁକ୍ତ ଚାଉଳ ପାଇଁ ଉଦ୍ଧିଷ୍ଟ ଧାନଚାଷ କରି ଅଧିକ ଲାଭବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଯୋଗଦେଇଥିବା କ୍ଷେତ୍ର ବିଦ୍ୟାଳୟର ସମସ୍ତ କୃଷକସାଥୀ ଆଠଗଡକୁ କୃଷି କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories