www.samajalive.in
Saturday, December 6, 2025
19.1 C
Bhubaneswar

ଅଷ୍ଟ୍ରେଲିଆନ ଓପନ : ଫାଇନାଲରେ ଓସାକା-କ୍ବିଟୋଭା; ନାଦାଲ

ମେଲବୋର୍ଣ୍ଣ : ସ୍ପେନର ରାଫେଲ ନାଦାଲ, ଜାପାନର ନାଓମି ଓସାକା ଓ ଚେକ୍‌ ରିପବ୍ଲିକ୍‌ର ପେଟ୍ରା କ୍ବିଟୋଭା ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍‌ସ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‌ସ ସେମିଫାଇନାଲରେ ୨ୟ ସିଡ୍‌ ମାନ୍ୟତାପ୍ରାପ୍ତ ନାଦାଲ ସିଧାସଳଖ ୬-୨, ୬-୪, ୬-୦ ସେଟ୍‌ରେ ୧୪ଶ ସିଡ୍‌ ଗ୍ରୀସର ଷ୍ଟିଫାନସ୍‌ ସିସିପାସ୍‌ଙ୍କୁ ପରାସ୍ତ କରିଛନ୍ତି। କ୍ୟାରିୟରରେ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଲକ୍ଷ୍ୟରେ ଥିବା ନାଦାଲ ଏହି ମୁକାବିଲାରେ ପ୍ରାରମ୍ଭରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ନାଦାଲ ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଅଷ୍ଟ୍ରେଲିଆନ ଓପନରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ଟପ୍‌ ସିଡ୍‌ ନୋଭାକ୍‌ ଜୋକୋଭିକ୍‌ ଓ ୨୮ଶ ସିଡ୍‌ ଲୁକାସ ପୌଲିଙ୍କ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚର ବିଜେତାଙ୍କୁ ନାଦାଲ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଭେଟିବେ।

ଗୁରୁବାର ମହିଳା ସିଙ୍ଗଲ୍‌ସର ପ୍ରଥମ ସେମିଫାଇନାଲରେ ୪ର୍ଥ ସିଡ୍‌ ଜାପାନର ନାଓମି ଓସାକା ୬-୨, ୪-୬, ୬-୪ ସେଟ୍‌ରେ ୭ମ ସିଡ୍‌ କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ଗତବର୍ଷ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଜିତିଥିବା ୨୧ ବର୍ଷୀୟା ଓସାକା ଏହି ମୁକାବିଲାରେ ଚମତ୍କାର ପ୍ରଦର୍ଶନ କରି ଅଭିଜ୍ଞ ପ୍ଲିସ୍କୋଭାଙ୍କୁ ଚକିତ କରିଥିଲେ। ପ୍ରଥମ ଗେମରେ ପ୍ଲିସ୍କୋଭାଙ୍କ ସର୍ଭିସକୁ ଥରେ ବ୍ରେକ କରି ଓସାକା ଏହାକୁ ୬-୨ରେ ଜିତିଥିଲେ। ତେବେ ପ୍ଲିସ୍କୋଭା ୨ୟ ସେଟ୍‌କୁ ୬-୪ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ୩ୟ ସେଟ୍‌ରେ ପ୍ଲିସ୍କୋଭା ୪-୩ ଗେମରେ ଆଗୁଆ ଥାଇ ସୁଦ୍ଧା ସୁଯୋଗକୁ ହାତଛଡା କରିଥିଲେ। ଏହି ସେଟ୍‌କୁ ଜିତି ଓସକା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପହଞ୍ଚିଛନ୍ତି।
ଫାଇନାଲରେ ଓସାକା ୮ମ ସିଡ୍‌ ଚେକ୍‌ ରିପବ୍ଲିକ୍‌ର ପେଟ୍ରା କ୍ବିଟୋଭାଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲରେ କ୍ବିଟୋଭା ୭-୬, ୬-୦ ସେଟ୍‌ରେ ଆମେରିକାର ଅଣସିଡେଡ୍‌ ଖେଳାଳି ଡାନିଏଲା କଲିନ୍‌ସଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ବାର୍ଟରରେ ୨ୟ ସିଡ୍‌ ଆଞ୍ଜେଲିକ୍‌ କର୍ବରଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିବା କଲିନ୍‌ସ ସେମିଫାଇନାଲର ପ୍ରଥମ ସେଟ୍‌ରେ କଡା ମୁକାବିଲା କରିଥିଲେ। ଉଭୟ ଖେଳାଳି ୬ଟି ଲେଖାଏଁ ଗେମ ଜିତିବା ଫଳରେ ଏହା ଟାଇବ୍ରେକର ସ୍ଥିତିକୁ ଯାଇଥିଲା। କ୍ବିଟୋଭା ଏହାକୁ ୭-୬​‌େ​‌ର ହାତେଇ ନେଇଥିଲେ। ତେବେ ୨ୟ ସେଟ୍‌ରେ କ୍ବିଟୋଭା ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାରକରି ତିନିଥର କଲିନ୍‌ସଙ୍କ ସର୍ଭିସ ବ୍ରେକ କରି ଏହାକୁ ୬-୦ରେ ଜିତିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories