ବାଲେଶ୍ବର : ସୋର ପୌରପାଳିକା ଅଧୀନ ରାୟପୁର ଗ୍ରାମର ବିଜୟ କୁମାର ଦ୍ବିବେଦୀ (୬୨)ଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୋମବାର ମଧ୍ୟାହ୍ନରେ ଘର କେହି ନଥିବା ବେଳେ ୮ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ତାଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ଗୋଡ଼, ହାତ, ମୁଣ୍ଡରେ ଆଘାତ ଲାଗିଛି। ଗଣମାଧ୍ୟମ କିଛି ପ୍ରତିନିଧି ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି।
Popular Categories



