www.samajalive.in
Saturday, December 6, 2025
19.1 C
Bhubaneswar

ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ

ରରୁଆଁ: ସାରା ଦେଶରେ ଲକ୍‌ଡାଉନ୍‌ ପାଇଁ ଜିଲା ତଥା ରାଜ୍ୟ ସୀମା ସିଲ୍‌ କରାଯାଇଛି। ନିଜ ଜୀବନକୁ ବାଜି ଲଗାଇ ଦିନରାତି ଲୋକଙ୍କ ସୁରକ୍ଷା ଦେବାରେ ଲାଗିଛନ୍ତି ପୁଲିସ କର୍ମଚାରୀ। ଏଭଳି ସ୍ଥିତିରେ ଗୁରୁବାର ସକାଳ ୯ଟା ସମୟରେ ଲକ୍‌ଡାଉନ ନିୟମକୁ ଉଲଙ୍ଘନ କରି କିଛି ଅସାମାଜିକ ବ୍ୟକ୍ତି ପୁଲିସକୁ ସଙ୍ଘବଦ୍ଧ ଆକ୍ରମଣ କରିବା ଘଟଣା ସାମ୍ନାକୁ ଆସିଛି। ଲୋକଙ୍କୁ ସଚେତନ ଓ ସୁରକ୍ଷା ନେଇ ଲକ୍‌ଡାଉନ ପାଇଁ ମୟୂରଭଞ୍ଜ ଜିଲା ରରୁଆଁ ପୁଲିସ ସମ୍ପୂର୍ଣ୍ଣ ରୂପେ ଓଡିଶା-ଝାଡ଼ଖଣ୍ଡ ସୀମାକୁ ଭଞ୍ଜବେଡ଼ା ଛକ ଠାରେ ସିଲ୍‌ କରି ୨୪ଘଣ୍ଟା ପହରା ଦେଉଥିବା ବେଳେ ହଠାତ ଆକ୍ରମଣର ଶିକାର ହେଇଛନ୍ତି ୨ ମହିଳା ପୁଲିସ କନ​ଷ୍ଟେବଳ ସହ ୨ଜଣ ହୋମଗାର୍ଡ । କିଛି ବୁଝିବା ଆଗରୁ ୧୦ଟି ବାଇକରେ ପାଖାପାଖି ୨୦ଜଣ ଯୁବକ ଝାଡ଼ଖଣ୍ଡ ରାଜ୍ୟ କୁଳିପୋଷି ଗ୍ରାମରୁ ଆସି ଆକସ୍ମିକ ଭାବେ ଆକ୍ରମଣ କରିଥିଲେ। ସୀମା ସିଲରେ ଲାଗିଥିବା ବ୍ୟାରିକେଡ, ଅସ୍ଥାୟୀ ଗେଟ ଓ ଚେୟାର ଆଦି ଭାଙ୍ଗି ନଷ୍ଟ କରିଥିଲେ ।

ଖବର ପାଇ ରରୁଆଁ ଆଇଆଇସି ଦିବ୍ୟକାନ୍ତି ଲାକ୍ରା ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣରେ ଆହତ ହୋଇଥିବା ମହିଳା କନ​ଷ୍ଟେବଳ କବିତା ତିରିଆ ଓ ଦେବକୀ ନାୟକ, ହୋମଗାର୍ଡ ପବିତ୍ର ତିରିଆ ଓ ଯଶୋବନ୍ତ ନାୟକଙ୍କୁ ଡାକ୍ତରଖାନା ନେଇଥିଲେ । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କରଞ୍ଜିଆ ଏସଡ଼ିପିଓ ନାରାୟଣ ନାୟକ, ତହସିଲଦାର ସାଇସ୍ମିତା ଉପାଧ୍ୟାୟ, ଆଇଆଇସି ଦିବ୍ୟକାନ୍ତି ଲାକ୍ରାଙ୍କ ସମେତ ଝାଡଖଣ୍ଡ ପୁଲିସ ତଦନ୍ତ ଜାରି ରଖିଛନ୍ତି। ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଝାରଖଣ୍ଡର ମଝିଗାଓଁ ଥାନା ଅଧିକାରୀଙ୍କ ସହାୟତାରେ କୁଳିପୋଷି ଗ୍ରାମରୁ ୨ଜଣଙ୍କୁ ଉଠାଇ ଆଣି ଅଟକ ରଖିଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ସମ୍ପୃକ୍ତ ଲୋକମାନେ ସାମାନ୍ୟ କଥାରେ ସଂଘବଦ୍ଧ ଆକ୍ରମଣ କରି ଆସୁଥିବା ବେଳେ ପୁଲିସର ନିଷ୍କ୍ରିୟତା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories