www.samajalive.in
Friday, December 12, 2025
27.1 C
Bhubaneswar

ପିଓକେରେ ଭାରତର ବିମାନ ଆକ୍ରମଣ, ବୋମାମାଡ଼ରେ ବହୁ ଆତଙ୍କବାଦୀ ଶିବିର ଧ୍ଵଂସ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏହି ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଆକାଶମାର୍ଗରୁ ବୋମାମାଡ଼ କରାଯାଇଛି। ଫଳରେ ବାଲାକୋଟ ଏବଂ ଚାକୋଠି ସମେତ ମୁଜାଫରବାଦରେ ଥିବା ବହୁ ଆତଙ୍କବାଦୀ ଶିବିର ଧ୍ଵଂସ ହୋଇଥିବା ସୂଚନା ମିଳିଛି। ଏସବୁ ଶିବିର ଜୈଶ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି।

ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଭାରତୀୟ ବାୟୁସେନା ସୂତ୍ର ଅନୁଯାୟୀ ଯୁଦ୍ଧ ବିମାନଗୁଡ଼ିକ ପାଖାପାଖି ୧୦୦୦ କିଲୋଗ୍ରାମ ଓଜନର ବୋମା ପକାଇଥିବା ଜଣାପଡ଼ିଛି। ରାତି ୩ଟା ୩୦ରୁ ଏହି ଅପରେଶନ ଆରମ୍ଭ ହୋଇଛି। ଏଥିରେ ଆକ୍ରମଣରେ ୧୨ଟି ମିରେଜ ୨୦୦୦ ଲଢ଼ୁଆ ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଆକ୍ରମଣ ଫଳରେ ନିୟନ୍ତ୍ରଣ ରେଖା ଆରପଟେ ଥିବା ପିଓକେରେ ବହୁ ସଂଖ୍ୟକ ଆତଙ୍କୀ ଶିବିର ଧ୍ଵଂସ ପାଇଛି। ଭାରତର ବୈଦେଶିକ ସଚିବ ରବୀଶ କୁମାର ଏ ନେଇ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଆକ୍ରମଣକୁ ସ୍ବୀକାର କରିଛନ୍ତି ପାକିସ୍ତାନ ମେଜର ଜେନେରାଲ ଆସିଫ ଘଫୁର। ସେ ଟୁଇଟ କରି କହିଛନ୍ତି ଯେ, ଭାରତୀୟ ଯୁଦ୍ଧ ବିମାନ ଦୁଇଦେଶର ସୀମାକୁ ଉଲ୍ଲଂଘନ କରି ଆକ୍ରମଣ କରିଛି। ଏଥିସହ ସେ ଆକ୍ରମଣର କେତେକ ଫଟୋଚିତ୍ର ଟୁଇଟରରେ ପୋଷ୍ଟ କରିଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories