କେନ୍ଦୁଝର/କେନ୍ଦୁଝରଗଡ଼: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର କେନ୍ଦୁଝର ଗସ୍ତରେ ଥିବା ବେଳେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ ଉଦ୍ୟମ ଏବଂ ସୁରକ୍ଷାକର୍ମୀ ଓ ଚାଳକଙ୍କୁ ମାଡ ମାରିବା ଘଟଣାରେ ଟାଉନ ଥାନା ପୁଲିସ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଧପୁରର ସନ୍ତୋଷ ନାଏକ ଓ ଦୀପକ ତରେଇ ଏବଂ ବୁଲାଦ୍ୱାରସାହିର ଶିବାନନ୍ଦ ଦେହୁରୀ ବୋଲି ଜଣାପଡିଛି। ପୁଲିସ ଏହି ଘଟଣାରେ ବ୍ୟବହୃତ ବୋଲେରୋକୁ ମଧ୍ୟ ଜବତ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପିର ଯୁବନେତା ସଞ୍ଜୟ ମହାନ୍ତିଙ୍କୁ ପୂର୍ବରୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ବୁଧବାର ଗିରଫ ୩ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୪ରେ ପହଞ୍ଚିଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି।
Popular Categories



