www.samajalive.in
Saturday, December 6, 2025
19.1 C
Bhubaneswar

ବାର୍‌‌ହା ଫାଶରେ ଗଲା ଦନ୍ତାହାତୀର ଜୀବନ

ଆଠଗଡ଼: ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ମୃତ୍ୟୁ ଭଳି ଘଟଣା ବନ୍ଦ ହେବାର ନାଁ ଧରୁନାହିଁ। ଆଠଗଡ଼ ବନାଞ୍ଚଳ ଅଧିନ ତିଗିରିଆ ବିଟ୍‌‌ ଅନ୍ତର୍ଗତ ଖୁଣ୍ଟକଟା-ଅଂଶୁପା ରାସ୍ତାର କନ୍ତପହଁରା ଛକ ନିକଟବର୍ତ୍ତୀ କୁଣ୍ଡମୁଣ୍ଡିଆ ଝାଟିଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଗୁରୁବାର ସକାଳେ ଠାବ ହୋଇଛି। ବାର୍‌‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌‌ଯୁକ୍ତ ତାରର ଫାଶରେ ପଡ଼ି ସଂପୃକ୍ତ ୧୫-୧୬ବର୍ଷ ବୟସ୍କ ଦନ୍ତାହାତୀଟିର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଗତ ପ୍ରାୟ ୩-୪ଦିନ ପୂର୍ବରୁ ହାତୀଟି ମରି ପଡ଼ିଥିବାବେଳେ ବନବିଭାଗ ପାଖରେ କୌଣସି ସୂଚନା ନଥିଲା। ସ୍ଥାନୀୟ ଅଞ୍ଚଳର କିଛି ଚାଷୀଙ୍କଠାରୁ ଗୁରୁବାର ସକାଳେ ଖବର ପାଇ ବନଖଣ୍ଡ ଅଧିକାରୀ ଡାକ୍ତର ଯଜ୍ଞଦତ୍ତ ପତି, ଆଠଗଡ଼ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଏସିଏଫ ହରେକୃଷ୍ଣ ମଲ୍ଲିକ ପ୍ରମୁଖ ଅନ୍ୟ ବନ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଖବର ପାଇ ବନବିଭାଗ ଓ ପୁଲିସର ମିଳିତ ଅନୁସନ୍ଧାନକାରୀ ଦଳ(ଜେଟିଏଫ)ର ଏସିଏଫ ଅରବିନ୍ଦ ମିଶ୍ର ଓ ଅନ୍ୟତମ ଏସିଏଫ ସୌମ୍ୟରଞ୍ଜନ ସାହୁ, ପୁଲିସ ଏସଆଇ ସୁଧାକର ସିଂହଙ୍କ ସମେତ ଏକ ୪ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତ ହାତୀଟିର ଗୋଡ ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ୍‌‌ ତାର ଦ୍ୱାରା ହୋଇଥିବା ଗଭୀର କ୍ଷତ ସ୍ପଷ୍ଟ ଦେଖାଯାଇଛି। ତାର ଅନତି ଦୂରରେ ଏକ ବାର୍‌‌ହା ମଧ୍ୟ ମରି ପଡ଼ିଥିବା ଦେଖିବାକୁ ମିଳିଛି। ହାତୀର ମୃତ ଦେହ ପଡ଼ି ରହିଥିବା ସ୍ଥାନରୁ ଅଳ୍ପ କିଛି ଦୂରରେ ଝାଟି ଜଙ୍ଗଲ ମଧ୍ୟରେ ଏକ ବ୍ୟାଗରେ ଫୋପଡ଼ା ଯାଇଥିବା ସରୁ ଜିଆଇ ତାର ଓ ପ୍ଲାଷ୍ଟିକ ପାଇପ ଆଦି ମିଳିବା ପରେ ହାତୀଟି ବିଦ୍ୟୁତ୍‌‌ କରେଣ୍ଟ ଆଘାତରେ ମୃତ୍ୟୁବରଣ କରିଥିବା ସନ୍ଦେହ ଦୃଢୀଭୂତ ହୋଇଛି। ବନ କର୍ମଚାରୀ ଓ ହାତୀ ଜଗୁଆଳି ଠିକ୍‌‌ ଭାବରେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁନଥିବାରୁ ଏଠାରେ ବାରମ୍ବାର ହାତୀ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟୁଛି ବୋଲି ପରିବେଶବିତ୍‌‌ ମତବ୍ୟକ୍ତ କରୁଛନ୍ତି। ଘଟଣାସ୍ଥଳରେ ଆଠଗଡ଼ ପ୍ରାଣୀ ଚିକିତ୍ସକ ଡାକ୍ତର ଶୁଭଶ୍ରୀ ନାୟକ ପହଞ୍ଚି ମୃତ ହାତୀର ବ୍ୟବଚ୍ଛେଦ କରିବା ପରେ ସେହିଠାରେ ଏକ ବଡଗାତ ଖୋଳି ହାତୀର ମୃତ ଦେହକୁ ପୋତି ଦିଆଯାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରାଯାଉଛି ଏବଂ ବାର୍‌‌ହା ଶିକାର ପାଇଁ ବିଦ୍ୟୁତ୍‌‌ ତାର ଫାଶ ବିଛାଇଥିବା ବ୍ୟକ୍ତିଙ୍କୁ ଖୁବ୍‌‌ଶୀଘ୍ର ଧରାଯିବ ବୋଲି ଡିଏଫଓ ଡାକ୍ତର ପତି ପ୍ରକାଶ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories