ଆଠଗଡକୁ ସରସ ସୁନ୍ଦର କରିବା ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ

ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ

ଆଠଗଡ :  ଆଠଗଡ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ ନଗରପାଳ ସସ୍ମିତା ରାଉତ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ରାଜ୍ୟସରକାର ସହରାଞ୍ଚଳ ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରିଥିବାବେଳେ ଆଠଗଡ ସହରକୁ ଏକ ସରସ ସୁନ୍ଦର ସହର ଭାବେ ଗଢି ତୋଳିବା ଲାଗି ଆଠଗଡ ସହରବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ନଗରପାଳ ଶ୍ରୀମତୀ ରାଉତ ପ୍ରକାଶ କରିଥିଲେ। ସକାଳେ ନଗରପାଳ ଶ୍ରୀମତୀ ରାଉତ, ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ, ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ପର୍ଶୁରାମ ସାହୁ, ରମେଶ ଚନ୍ଦ୍ର ଘଢାଇ, ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଏବଂ ସମସ୍ତ କାଉନସିଲର ସହର ମଧ୍ୟରେ ପ୍ରତିଷ୍ଠିତ ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ସମସ୍ତେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକମାନଙ୍କୁ ସ୍ୱଚ୍ଛତା ରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବା, ପରିମଳ ବ୍ୟବସ୍ଥା ସୁଧାରିବା ଲାଗି ସଚେତନ କରିଥିଲେ। ତଦ୍‍ପରେ ଆଠଗଡ ଡାକ୍ତରଖାନାରେ ରୋଗୀ ଓ ଉପକାରାଗାରର ଅନ୍ତେବାସୀଙ୍କ ମଧ୍ୟରେ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ଭୋର ୪ଟାରେ ସମଗ୍ର ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ପ୍ରସାର କରାଯାଇଥିଲା। ଏନଏସିର ସମସ୍ତ କର୍ମଚାରୀ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.