ଆଠଗଡ଼ ବିଜେପିରେ ଗୋଷ୍ଠୀକନ୍ଦଳ

ଆଠଗଡ଼: ଆଠଗଡ଼ ବିଜେପି ଏବେ ଦୁଇ ଫାଳ ହୋଇଥିବା ଏବଂ ଗୋଷ୍ଠୀ କନ୍ଦଳ ଚରମ ସୀମାକୁ ଯାଉଥିବା ଦେଖିବାକୁ ମିଳୁଛି। ରାମନାରାୟଣ ମହାନ୍ତି କଟକ ଜିଲ୍ଲା ସଭାପତି ହେବାପରେ ବିଜେପି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଦେଖାଯାଉଛି। ରାମନାରାୟଣଙ୍କ ଜିଲ୍ଲା ସଭାପତି ମନୋନୀତ ହେବା ଦଳର ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ସହ୍ୟ କରିପାରୁନାହାନ୍ତି ଏବଂ ତାଙ୍କଠାରୁ ନିଜକୁ ଦୂରେଇ ରଖିଆସୁଛନ୍ତି। ତେବେ ଆଠଗଡ଼ରେ ସଂଗଠନକୁ ଦୃଢ କରିଥିବା ନେତା ବିଶେଷକରି ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାଏ ଓ ଅନ୍ୟ ବହୁ ନେତା ରାମନାରାୟଣଙ୍କୁ ସମର୍ଥନ କରୁଛନ୍ତି। ଶନିବାର ପୂର୍ବାହ୍ନରେ ରାମନାରାୟଣଙ୍କ ଗୋଷ୍ଠୀ ପକ୍ଷରୁ ସ୍ବପ୍ନେଶ୍ବର ମନ୍ଦିରରେ ଏବଂ ସନ୍ଧ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକ ପୃଥକ ଭାବେ ଝୁଲଣ ମନ୍ଦିର ପଡ଼ିଆରେ ମହିଳା ଦିବସ ପାଳନ କରୁଥିବାରୁ ଦଳ ଭିତରେ ଗୋଷ୍ଠୀକନ୍ଦଳ ଜଳ ଜଳ ହୋଇ ଦିଶିଲାଣି।
Comments are closed.