www.samajalive.in
Sunday, December 7, 2025
14.1 C
Bhubaneswar

ହାତୀ-ମଣିଷ ଲଢେଇକୁ ରୋକିବା ପାଇଁ ବାମ୍ବୋବଲ ଦ୍ୱାରା ଜଙ୍ଗଲ ସୃଷ୍ଟି ଉଦ୍ୟମ

ଗୁରୁଡିଝାଟିଆ:ଜଙ୍ଗଲରେ ଆବଶ୍ୟକ ମୁତାବକ ହାତୀଙ୍କ ପାଇଁ ଖାଦ୍ୟ ନାହିଁ। ସେଥିପାଇଁ ହାତୀ ବାରମ୍ବାର କୃଷକର କ୍ଷେତରେ ପଶି ଖାଇବା ସହିତ ବର୍ଷକର ଆହାର ଉଜାଡିଥାଏ। ଏହାଛଡା ସେମାନଙ୍କ ପ୍ରାକୃତିକ ଜୀବନଶୈଳୀରେ ବି ପରିବର୍ତ୍ତନ ଦେଖାଦେଲାଣି। ତେଣୁ ହାତୀପଲ ଜଙ୍ଗଲରେ ନରହି ନିକଟସ୍ଥ କୃଷିକ୍ଷେତ୍ର ଓ ଘରବାଡିରେ ପଶି ଅଶେଷ କ୍ଷୟକ୍ଷତି କରିବା ସହିତ ମଣିଷକୁ ମାରିବାକୁ ମଧ୍ୟ ପଛାଏ ନାହିଁ। ଏହାର ମୂଳ ଓ ପ୍ରଧାନ କାରଣ ହାତୀର ଭୋକରେ ପେଟ ପୋଡିଯିବା। ଏହି କାରଣକୁ ବିଲୋପନ ପରି ଜଙ୍ଗଲ ଭିତରେ ପର୍ୟ୍ୟାପ୍ତ ପରିମାଣର ହାତୀଙ୍କ ମନ ପସନ୍ଦର ଖାଦ୍ୟ ସୃଷ୍ଟି କରିବା ପାଇଁ ଆଠଗଡ ବନଖଣ୍ଡ କରିଛି ବଳିଷ୍ଠ ଉଦ୍ୟମ। ଯେହେତୁ ହାତୀଙ୍କ ପ୍ରିୟ ହେଉଛି ବାଉଁଶ। ବିଶେଷତଃ ଶାଳେଇ ବାଉଁଶ। ସେଥିପାଇଁ ଖୁଣ୍ଟୁଣୀ ଓ ଆଠଗଡ ବନାଞ୍ଚଳରେ ବ୍ୟାପକ ଭାବରେ ଜଙ୍ଗଲ ଭିତରେ ବାମ୍ବୋବଲ ଜରିଆରେ ବାଉଁଶ ସୃଷ୍ଟିର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୧୫ ରୁ ୨୦ ହଜାର ବାମ୍ବୋବଲ ପ୍ରସ୍ତୁତ କରାଯାଇ ଆଠଗଡ ଓ ଖୁଣ୍ଟୁଣୀ ବନାଞ୍ଚଳର ଯେଉଁସ୍ଥାନ ଦେଇ ହାତୀମାନଙ୍କ ଚଳପ୍ରଚଳ ଓ ଅବସ୍ଥାନ ରହିଥାଏ ସେଠାରେ ପକାଯିବ। ଏହି ବାମ୍ବୋବଲ କହିଲେ ଦୋରସା ମାଟିରେ ଖତ ଦେଇ ଏହାକୁ ଚକଟାଯାଏ। ଚକଟା ଯାଇ ବଲ ଆକାରର ପରିଣତ କରାଯାଏ। ତାହା ଭିତରେ ବାଉଁଶ ମଞ୍ଜି ପୁରାଯାଏ। ଏହାକୁ ବଲ ଆକାରରେ ପରିଣତ କରିବା ପରେ ଜଙ୍ଗଲରେ ଖାଲିସ୍ଥାନ ଥିବା ସ୍ଥାନରେ ଫୋପଡାଯାଏ। ଆବଶ୍ୟକ ମୁତାବକ ଆଦ୍ରତା ବଲ ଭିତିରେ ବାଉଁଶ ମଞ୍ଜି ପାଇ ପ୍ରାୟ ୯ ରୁ ୧୦ ଦିନ ଭିତରେ ଗଜାହେଇଥାଏ। ଏହାର ପ୍ରସ୍ତୁତିରେ ବଡ ଅଙ୍ଗର ଅର୍ଥ ବ୍ୟୟ ହୋଇନଥାଏ। ଅତ୍ୟନ୍ତ ସ୍ୱଳ୍ପ ଅର୍ଥରେ ଏହା ନିର୍ମିତ ହୋଇ ଜଙ୍ଗଲରେ ପଡିଥାଏ। ବିଶେଷତଃ ଏହା ବର୍ଷା ଦିନେ ହିଁ ପଡିଲେ ଏହା ସଠିକ୍‍ ଭାବରେ ଗଛରେ ପରିଣତ ହୋଇଥାଏ। ଦୁଇବନାଞ୍ଜଳର ବନକର୍ମଚାରୀ ,ପାରାଷ୍ଟାଫସ୍‍ ଓ କେତେକ ନିର୍ଦ୍ଧିଷ୍ଟ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଏହି ବାମ୍ବୋବଲ କାର୍ୟ୍ୟରେ ଲାଗିପଡିଛନ୍ତି। ୨ରୁ ୩ଦିନ ଭିତରେ ଏହାକୁ ଜଙ୍ଗଲରେ ଫୋପଡାଯିବ। ଚଳିତବର୍ଷ ମୟୂରଭଞ୍ଜର ଯଶିପୁର ସ୍ଥିତ ସିିଭିକଲଚର ଏକ କୁିଇଣ୍ଟାଲ ବାଉଁଶ ମଞ୍ଜି ଅଣାଯାଇ ବାମ୍ବୋବଲ ପ୍ରସ୍ତୁତିରେ ଲାଗିଛି। ପ୍ରକାଶଯୋଗ୍ୟ ଗତବର୍ଷ ଆଠଗଡ ବନଖଣ୍ଡ ର ୫ଟି ରେଞ୍ଜରେ ୯୦କିଗ୍ରା ବାଉଁଶ ମଞ୍ଜିରେ ବାମ୍ବୋବଲ କରାଯାଇ ଜଙ୍ଗଲରେ ଫୋପଡାଯାଇଥିଲା। ଏହା ଭଲ ଗଛ ମଧ୍ୟ ହୋଇଛି। ତେଣୁ ଚଳିତବର୍ଷ ୧ କୁଇଣ୍ଟାଲ ବାଉଁଶ ମଞ୍ଜିଦ୍ୱାରା ବାମ୍ବୋବଲ ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୧୫ ରୁ ୨୦ ହଜାର ବାମ୍ବୋବଲ ତିଆରି ହୋଇଥିବା ବେଳେ ଏହାକୁ ଆଉ ଅଧିକ କରାଯାଇ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଜଙ୍ଗଲରେ ପକାଯିବ। ସୁଚନାଯୋଗ୍ୟ ବାଉଁଶ ମଞ୍ଜିରୁ ଚାରା ତିଆରି କରି ଜଙ୍ଗଲରେ ରୋପଣ କରିବା ସହିତ ଏହାକୁ ବାଉଁଶ ଜଙ୍ଗଲ ରେ ପରିଣତ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ଅଟେ। ହେଲେ ବାମ୍ବୋବଲ ଜରିଆରେ ବାଉଁଶଗଛ ସୃଷ୍ଟି ହେବା ଓ ବଢିବା ପାଇଁ ଅତ୍ୟନ୍ତ ସ୍ୱଳ୍ପ ଅର୍ଥ ଆବଶ୍ୟକ ହୋଇଥାଏ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା କହିଥିଲେ।ଏହା ଏକ ଦୀର୍ଘ ମିଆଦି ଯୋଜନା। ଯେହେତୁ ଚନ୍ଦକାରୁ ଆସିଥିବା ହାତୀପଲ ଆଠଗଡ ଓ ଖୁଣ୍ଟୁଣୀ ବନାଞ୍ଚଳରେ ବର୍ଷର ଅଧିକାଂଶ ଦିନ ଅବସ୍ଥାନ କରିଥାନ୍ତି। ତେଣୁ ଜଙ୍ଗଲରୁ ବାହାରି ସିଧାସଳଖ କୃଷିକ୍ଷେତ୍ରକୁ ଯାଇ ସବୁଜ ପନିପରିବା ଖାଇବା ସହ ଫଲସ ନଷ୍ଟ କରିଥାନ୍ତି। ଏହାଦ୍ୱାରା ହାତୀ ଓ ମଣିଷ ଙ୍କ ମଧ୍ୟରେ ସଂର୍ଘଷ ଏହି ଦୁଇବନାଞ୍ଚଳରେ ହୋଇଥାଏ। ତେଣୁ ହାତୀ-ମଣିଷ ଲଢେଇକୁ ରୋକିବା ପାଇଁ ଚଳିତବର୍ଷ କେବଳ ଉପରୋକ୍ତ ଦୁଇ ବନାଞ୍ଚଳରେ ବାମ୍ବୋବଲ ଦ୍ୱାରା ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି ଏବଂ ସରକାର ଙ୍କ କୋଭିଡ ନିୟମକୁ ପାଳନକରି ଏହି ବାମ୍ବୋବଲ ପ୍ରସ୍ତୁତ କରାଯାଉଛି ବୋଲି ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ପ୍ରକାଶ କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories