ସାଲାସର ବାଲାଜୀ ଦରବାର ଶ୍ରଦ୍ଧାଳୁଙ୍କ ଝଣ୍ଡା ଶୋଭାଯାତ୍ରା
ଆଠଗଡ଼଼: ପବିତ୍ର କୁମାର ପୂର୍ଣିମା ଉପଲକ୍ଷେ ସାଲାସର ବାବା ସେବା ସମିତି ପକ୍ଷରୁ ଗୁରୁବାର ଆଠଗଡ଼ ସହରରେ ସାଲାସର ବାଲାଜୀ ଦରବାରର ଭକ୍ତମାନଙ୍କର ଏକ ବିରାଟ ତଥା ଭବ୍ୟ ଝଣ୍ଡା ଶୋଭାଯାତ୍ରା (ନିଶାନ ପଦଯାତ୍ରା) ଅନୁଷ୍ଠିତ ହୋଇଯାଇଛି। ଏହି ଝଣ୍ଡା ଶୋଭାଯାତ୍ରା ସକାଳ ୮ଟାରେ ବିଭିନ୍ନ ବାଦ୍ୟଯନ୍ତ୍ର ଏବଂ ଭଜନକୀର୍ତ୍ତନ ସହିତ ଝୁଲଣ ମନ୍ଦିର ପଡ଼ିଆରୁ ଆରମ୍ଭ ହୋଇ ସମଗ୍ର ଆଠଗଡ଼ ସହର ପରିକ୍ରମା କରିଥିଲା।
ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦୦ରୁ ଅଧିକ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ଦ୍ବାରା ବାବାଙ୍କ ଜୟ ଜୟକାରରେ ପ୍ରକମ୍ପିତ ହୋଇଥିଲା ସହର। ଏକ ପବିତ୍ର, ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ଶୋଭାଯାତ୍ରା ଏଠାରୁ ୩ କିମି ଦୂର କଇଥଛକ ନିକଟସ୍ଥ ସାଲାସର ବାଲାଜୀ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ଭଜନ, ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ଚର୍ଚ୍ଚା କାର୍ୟକ୍ରମରେ ସମସ୍ତ ଶ୍ରଦ୍ଧାଳୁ ଅଂଶଗ୍ରହଣ ଗ୍ରହଣ କରିଥିଲେ।
ଭୁବନେଶ୍ବରର ଶ୍ରୀ ସାଲାସର ବାଲାଜୀ ସେବା ସମିତି ଏହି ବିଶାଳ କାର୍ଯ୍ୟକ୍ରମ ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ଆଠଗଡ଼ ସାଲାସର ବାଲାଜୀ ମନ୍ଦିର କମିଟି ସହଯୋଗ କରିଥିଲା। ଭୁବନେଶ୍ୱର, କଟକ, ଆଠଗଡ଼, ପୁରୀ, ଅନଗୁଳ ଓ ଜଟଣୀରୁ ବହୁ ସଂଖ୍ୟାରେ ଭକ୍ତ ଏଥିରେ ଯୋଗଦାନ କରିଥିଲେ। ଗତ ତିନି ବର୍ଷ ହେଲା ଏହି ନିଶାନ ପଦଯାତ୍ରା ଏଠାରେ ଆୟୋଜିତ ହୋଇଆସୁଛି।
ଭୁବନେଶ୍ବର ଶ୍ରୀ ସାଲାସର ବାବା ସେବା ସମିତିର ବରିଷ୍ଠ କର୍ମକର୍ତ୍ତା ମଙ୍ଗତୁଲାଲ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ମହେଶ ଅଗ୍ରୱାଲ, ବିମଲ ଅଗ୍ରୱାଲ, ସାଜଞ୍ଜି ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ଗୋପାଲ ଅଗ୍ରୱାଲ, ଗୁଞ୍ଜନ ଅଗ୍ରୱାଲ, ବିଜୟିଜୀ ଡାଲମିଆ, ଭକ୍ତୃଲାଲ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ସିଏ ସଞ୍ଜୟ ଅଗ୍ରୱାଲ, ସିଏ ଅନିଲ ଅଗ୍ରୱାଲ, ସିଏ ରମେଶ କୁମାର କେଜ୍ରିୱାଲ ଓ ମନୋଜ କୁମାର ପୁରୋହିତ ପ୍ରମୁଖ ଏହି ନିଶାନ ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.