www.samajalive.in
Wednesday, December 10, 2025
26.1 C
Bhubaneswar

ଆକସ୍ମିକ ଅଗ୍ନିକାଣ୍ଡରେ ୬ ବଖରା ଭସ୍ମିଭୂତ

ଆଠଗଡ: ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର (ଖୁଣ୍ଟାଡାବ) ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୬ଜଣଙ୍କର ୬ ବଖରା ଜଳିପୋଡି ପାଉଁଶ ହୋଇଯାଇଛି। ରାତିପ୍ରାୟ ୧ଟା ସମୟରେ ବିଦ୍ୟୁତ୍‍ ସଟ୍‍ସର୍କିଟ ଯୋଗୁଁ ଘଟିଥିବା ଏହି ଅଗ୍ନିକାଣ୍ଡରେ ଗୋବିନ୍ଦପୁର ଗ୍ରାମର ସନାତନ ବେଉରା, ଅଜୟ କୁମାର ବେଉରା, ବିଜୟ କୁମାର ବେଉରା, ଅଞ୍ଚଳି ବେଉରା, ଦିନେଶ ବେଉରା ଓ ଅନସୂୟା ବେଉରାଙ୍କର ୬ବଖରା ଘର ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ରାତିରେ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିବା ଯୋଗୁଁ ନିଜ ପିନ୍ଧା ଲୁଗାଛଡା ସେମାନେ କୌଣସି ଆସବାବପତ୍ର ରକ୍ଷା କରିପାରିନଥିଲେ।

ଖବରପାଇ ଆଠଗଡର ଦମକଳ ବାହିନୀ ଠିକଣା ସମୟରେ ଆସିଥିଲେ ମଧ୍ୟ ଆଂଶିକ ଆବଦ୍ଧାଞ୍ଚଳର ବାଉଁଶବାଡା ଲାଗିଥିବାରୁ ଗୋବିନ୍ଦପୁର ଗ୍ରାମ ମଧ୍ୟକୁ ପ୍ରବେଶ କରିନପାରି ଅଲଗା ରାସ୍ତାରେ ଦମକଳକୁ ବୁଲି ଆସିବାକୁ ପଡିଥିଲା। ଏ ସଂପର୍କରେ ଖବର ପାଇ ସରପଞ୍ଚ ପୁଷ୍ପଲତା ସାହୁ ଓ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ଜରିପାଲ ସହିତ ଶୁଖିଲା ଖାଦ୍ୟ ଓ କିଛି ପିନ୍ଧିବା ପାଇଁ ଲୁଗାପଟା ପ୍ରଦାନ କରିଥିଲେ। ଅଗ୍ନି ବିପନ୍ନ ପରିବାର ଗୁଡିକ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ସହିତ ପ୍ରଧାନମନ୍ତ୍ରୀ ଆବାସ ଅବା ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଦାବି ହୋଇଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories