www.samajalive.in
Wednesday, December 10, 2025
26.1 C
Bhubaneswar

୭ ଘଣ୍ଟା ବିଦ୍ୟୁତ୍‍ ବିଭ୍ରାଟ, ଆଠଗଡରେ ତୀବ୍ର ଜନ ଅସନ୍ତୋଷ

ଆଠଗଡ: ଆଠଗଡରେ ବିଦ୍ୟୁତ୍‍ ବିଭ୍ରାଟ ଏକ ନୀତିଦିନିଆ ଘଟଣା ହୋଇଥିବାବେଳେ ଏତେ ସମୟ ଧରି ବିଦ୍ୟୁତ୍‍ ସେବାରୁ ବଞ୍ଚିତ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଗୁରୁବାର ତିଗିରିଆ ଓ ଖୁଣ୍ଟକଟା ଅଞ୍ଚଳରେ ସାମାନ୍ୟ ଘଡଘଡି ସହ ବର୍ଷା ହେବାଦ୍ୱାରା ଅପରାହ୍ନ ୩.୪୫ରେ ବିଦ୍ୟୁତ୍‍ ବିଭ୍ରାଟ ଘଟିଥିଲା। ନୂଆପାଟଣାସ୍ଥିତ ୧୩୨କେଭି ବିଦ୍ୟୁତ୍‍ ଗ୍ରୀଡରୁ ଆଠଗଡକୁ ଆସିଥିବା ୩୩କେଭି ଲାଇନର ଏକାଧିକ ସ୍ଥାନରେ ଶଙ୍ଖ (ଇନସୁଲେଟର) ଫାଟିବା ଓ ତାର ଛିଣ୍ଡିବା ଫଳରେ ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳର ଦେଢଲକ୍ଷରୁ ଉର୍ଦ୍ଧ ଲୋକ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥିଲେ। ଟାଟାପାୱାର କମ୍ପାନୀର ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀ ତୁହାକୁ ତୁହା ବର୍ଷାରେ ଭିଜି ଅକ୍ରାନ୍ତ ପରିଶ୍ରମ କରି ବିଦ୍ୟୁତ୍‍ ସରୋବରାହ ରାତି ୧୧.୧୫ମିନିଟରେ ସ୍ୱଭାବିକ କରିଥିଲେ। ପ୍ରାୟ ସାଢେ ୭ଘଣ୍ଟା ବିଦ୍ୟୁତ୍‍ ସେବାରୁ ବଞ୍ଚିତ ଆଠଗଡବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆଠଗଡକୁ ଖୁଣ୍ଟୁଣୀ ଗ୍ରୀଡରୁ ଏକ ବିକଳ୍ପ ବିଦ୍ୟୁତ୍‍ ଲାଇନ ଟଣା ହେବା ଲାଗି କାର୍ଯ୍ୟାରମ୍ଭ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ବିଶେଷକରି ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାରୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଖୁଣ୍ଟୁଣୀ ଲାଇନ୍‍ଟି କାର୍ଯ୍ୟକ୍ଷମ ହେଲେ ଆଠଗଡରେ ବିଦ୍ୟୁତ୍‍ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ। ତେଣୁ ଏହି କାର୍ଯ୍ୟ ଯଥାଶୀଘ୍ର ସଂପନ୍ନ କରି ବିକଳ୍ପ ବିଦ୍ୟୁତ୍‍ ଯୋଗାଣ କରିବା ପାଇଁ ଦାବି ହେଉଛି।

ସାମ୍ବାଦିକ ସଂଘ ପକ୍ଷରୁ ଧାରଣା
ଗୁରୁବାର ଦିନ ପ୍ରାୟ ସାଢେ ୭ଘଣ୍ଟା ଧରି ଆଠଗଡବାସୀ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ଏହାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ଆଠଗଡ ଶାଖା ପକ୍ଷରୁ ପ୍ରତିବାଦ ସ୍ୱରୂପ ଶୁକ୍ରବାର ସକାଳେ ସ୍ଥାନୀୟ ଟାଟା ପାୱାର କମ୍ପାନୀର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ସନ୍ତୋଷ ବାରିକଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣା କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଲଲାଟେନ୍ଦୁ ସେନାପତି, ଉପଖଣ୍ଡ ସଂଘର ଉପସଭାପତି ସର୍ବେଶ୍ୱର ପଣ୍ଡା, ସାମ୍ବାଦିକ ବିଜୟ କୁମାର ନାୟକ ଓ ମନୋରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟମାନେ ପ୍ରାୟ ୨ଘଣ୍ଟା ଧରି ଧାରଣାରେ ବସିଥିଲେ। ଆଠଗଡକୁ ତୁରନ୍ତ ବିକଳ୍ପ ବିଦ୍ୟୁତ୍‍ ଲାଇନ ମାଧ୍ୟମରେ ବିଦ୍ୟୁତ୍‍ ଯୋଗାଣର ସମାଧାନ ପାଇଁ ସେମାନେ ଦାବି କରିଥିଲେ। ଟାଟା ପାୱାର କମ୍ପାନୀର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ଧାରଣାସ୍ଥଳରେ ପହଞ୍ଚି ଖୁଣ୍ଟୁଣୀରୁ ଆଠଗଡକୁ ବିକଳ୍ପ ବିଦ୍ୟୁତ୍‍ ଲାଇନ ଆସନ୍ତା ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶୃତି ଦେବାପରେ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories