www.samajalive.in
Sunday, December 7, 2025
26.1 C
Bhubaneswar

ଆଠଗଡର ବିଭିନ୍ନ ମସଜିଦ୍‌‌ରେ ଇଦ୍‌‌-ଉଲ୍‌‌-ଫିତର

ଆଠଗଡ: ଆଠଗଡର ବିଭିନ୍ନ ମସଜିଦ୍‌‌ରେ ଗୁରୁବାର ପବିତ୍ର ଇଦ୍‌‌-ଉଲ୍‌‌-ଫିତର ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ବିଗତ ୧ମାସ ଧରି ମୁସଲମାନ ଭାଇଭଉଣୀମାନେ ରମଜାନ୍‌‌ ଉପବାସ ବା ରୋଜା ରଖିବା ସହ ସ୍ୱତନ୍ତ୍ର ନମାଜ ପାଠ କରିଆସୁଥିଲେ। ଏକମାସ ପରେ ନୂଆ ଇଦ୍‌‌ ଜହ୍ନ ଦର୍ଶନ ପରେ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଯାଇଥିଲା। ଇଦ୍‌‌ର ପୂର୍ବଦିନ ଘରେ ଘରେ ପ୍ରସ୍ତୁତି ବିଶେଷ କରି ମହିଳା ଓ ଝିଅମାନେ ହାତରେ ମେହେନ୍ଦି ସାଙ୍ଗକୁ ନୂଆବସ୍ତ୍ର, ସାଜସଜ୍ଜା ଓ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଥିଲେ।

ଇଦ୍‌‌ ପାଇଁ ଆଠଗଡ ଅଞ୍ଚଳରେ ଥିବା ମସ୍‌‌ଜିଦ୍‌‌ଗୁଡିକୁ ସୁନ୍ଦର ସାଜସଜ୍ଜା କରାଯାଇଥିଲା। ଇଦ୍‌‌ ପର୍ବ ହେଉଛି ଦାନର ପର୍ବ। ତେଣୁ ଥିଲାବାଲା ଲୋକେ ଗରିବଙ୍କୁ ଅର୍ଥ, କପଡା ଓ ଖାଦ୍ୟ ସାମଗ୍ରୀ ଆଦି ଦାନ କରିଥିଲେ। ଇଦ୍‌‌ ପର୍ବ ସକାଳେ ସମସ୍ତେ ନୂଆବସ୍ତ୍ର ପରିଧାନ କରି ମସ୍‌‌ଜିଦ୍‌‌କୁ ଯାଇ ନମାଜ ପାଠ କରିଥିଲେ। ପରେ ସମସ୍ତେ ନିଜ ନିଜ ମଧ୍ୟରେ ଥିବା ରାଗ, ରୁଷା, କ୍ରୋଧ, ତ୍ୟାଗ କରି ପରସ୍ପରକୁ ଆଲିଙ୍ଗନ କରିବା ସହ ହାତ ମିଳାଇଥିଲେ।

- Advertisement -

ଆଠଗଡ ହେଉଛି ଭାଇଚାରାର ସହର, ତେଣୁ ବହୁ ସଂଖ୍ୟାରେ ହିନ୍ଦୁ ଭାଇ ଇଦ୍‌‌-ଉଲ୍‌‌-ଫିତରକୁ ମିଳିତ ଭାବେ ପାଳନ କରିଥିଲେ। ଆଠଗଡର ପୁରାତନ ତଥା ବଡ ମସ୍‌‌ଜିଦ୍‌‌ରେ ୪ଶହରୁ ଅଧିକ, ସାନ ମସ୍‌‌ଜିଦ୍‌‌ରେ ୧୦୦ରୁ ଉର୍ଦ୍ଧ ଓ କନ୍ତୋଲ ମସ୍‌‌୍‌‌ଜିଦ୍‌‌ରେ ୪୦ରୁ ଉର୍ଦ୍ଧ ମୁସଲମାନ ଭାଇ ନମାଜ ପାଠ କରିଥିଲେ।

ଆଠଗଡ ବଡ ମସଜିଦ୍‌‌ରେ ଇମାମ୍‌‌ ମହମ୍ମଦ ମୁଜାହିଦ୍‌‌ ରଜ୍ଜା, ସାନ ମସ୍‌‌ଜିଦ୍‌‌ରେ ଇମାମ ମହମ୍ମଦ ବିଲାଲ, ମୌଲାନା ଇଫ୍‌‌ତେକାର ଆଲମ ନମାଜ ପାଠ କରାଇଥିଲେ। ମହମ୍ମଦ୍‌‌ ଅମିନ, ସଇଦ୍‌‌ ମହମ୍ମଦ୍‌‌, ମହମ୍ମଦ ଅସଫାକ ହୁସେନ, ସୁରଜ୍‌‌ ମହମ୍ମଦ, ଅବଦୁଲ ଜମିର, ଖାଲିଦ୍‌‌ ମହମ୍ମଦ, ମହମ୍ମଦ୍‌‌ ଅସ୍‌‌ଲମ୍‌‌, ରମଜାନ ମହମ୍ମଦ୍‌‌, ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories