www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଶାସନ ନିରବଦ୍ରଷ୍ଟା: କୋଭିଡ କଟକଣା ମାନୁନାହାନ୍ତି ବ୍ୟବସାୟୀ ଓ ଗ୍ରାହକ

ଆଠଗଡ:ଆଠଗଡରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଆଶାତିତ ଭାବେ ବୃଦ୍ଧି ପାଉଥିବା ବେଳେ ସରକାର ଜାରି କରୁଥିବା କୋଭିଡ କଟକଣାକୁ ପ୍ରାୟ କେହି ମାନୁନଥିବା ଦେଖାଯାଉଛି। ଆଠଗଡ ସହରରେ ପ୍ରାୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନର ମାଳିକ, କର୍ମଚାରୀ ଏବଂ ଗ୍ରାହକ ମାସ୍କ ବ୍ୟବହାର କରୁନାହାନ୍ତି ବା ଲୋକ ଦେଖାଣିଆ ଭାବେ ବେକରେ ଝୁଲାଉଥିବା ଦେଖାଯାଉଛି। ୧୫ଦିନ ଲକଡାଉନ ପରେ ଏବେ ସକାଳ ୬ରୁ ରାତି ୯ପର୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହୁଥିବାବେଳେ ଦୋକାନୀ ହୁଅନ୍ତୁ ବା ଗ୍ରାହକ ଠିକ ଭାବରେ ମାସ୍କ ଲଗାଉନାହାନ୍ତି ଓ ସାମାଜିକ ଦୂରତ୍ୱ ଆଦୌ ରଖୁନାହାନ୍ତି। ସରକାର ଏବେ ମାସ୍କ ବ୍ୟବହାର କରୁନଥିବା ଅବା ଠିକ୍‍ ଭାବେ ମାସ୍କ ବାନ୍ଧୁନଥିବା ଅମାନିଆଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବାଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅମାନ୍ୟ କରୁଥିବା ପ୍ରଥମ ୨ଥର ୧୦୦୦ଟଙ୍କା ଲେଖାଏଁ ଏବଂ ପରବର୍ତ୍ତୀ ସମୟରେ ୫୦୦୦ଟଙ୍କା ଜୋରିମନା କରାଯିବା ଲାଗି ସରକାରୀ ନିର୍ଦ୍ଦେଶ ରହିଥିଲେ ମଧ୍ୟ ପ୍ରାୟତଃ କେହି ଏହାକୁ ମାନୁନଥିବା ଦେଖାଯାଉଛି। ସହରର ସ୍ଥିତି ତ ଏହିଭଳି ଗ୍ରାମାଞ୍ଚଳ କଥା କହିଲେ ନସରେ। ଗ୍ରାମାଞ୍ଚଳ ଗୁଡିକରେ ଲୋକେ ଆଦୌ ମାସ୍କ ବ୍ୟବହାର କରୁନଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କ’ଣ ବୋଧହୁଏ ବୁଝିବାକୁ ଲୋକେ ପ୍ରସ୍ତୁତ ନୁହଁନ୍ତି। ଅଧିକାଂଶ ଗ୍ରାମରେ ଦଳଦଳ ହୋଇ ତାସ ଖେଳିବା ଏବଂ ଖଟି କରିବା ଏକ ସାଧାରଣ କଥା ହୋଇଛି। ଏପରି ସ୍ଥିତି ଲାଗି ରହିଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ କେହିବି ରୋକି ପାରିବେ ନାହିଁ। ଆଠଗଡ ପ୍ରଶାସନ ଓ ପୁଲିସ କର୍ତ୍ତୃପକ୍ଷ ମଧ୍ୟ ଯଥେଷ୍ଟ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି କିନ୍ତୁ କେଉଁଠି ନା କେଉଁଠି ସେଥିରେ ବି ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି। ଅମାନିଆଙ୍କ ବିରୋଧରେ କଡା ପଦକ୍ଷେପ ନନେଲେ କରୋନା ପରିସ୍ଥିତି ଏଠାରେ ଆହୁରି ଅଣାୟତ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories