www.samajalive.in
Wednesday, December 10, 2025
16.1 C
Bhubaneswar

ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ବୋଲି ମତବ୍ୟକ୍ତ କରିଥିଲେ। ଅନେକ ଲୋକ ସଚେତନତା ଅଭାବରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ବିଗତ ୨ବର୍ଷ ମଧ୍ୟରେ କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇ ଲକ୍ଷାଧିକ ଲୋକ ପ୍ରାଣ ହରାଇଛନ୍ତି।  ସ୍ୱାସ୍ଥ୍ୟସେବାକୁ ସରକାରୀସ୍ତରରେ ପ୍ରତ୍ୟେକ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଓ ସ୍ୱାସ୍ଥ୍ୟସେବା ସଂପର୍କରେ ସଚେତନତା କରାଇବା ଏହି ଦିବସର ପ୍ରମୁଖ ଲକ୍ଷ୍ୟ।

 

- Advertisement -

ପ୍ରତିବର୍ଷ ପରି ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସର ବାର୍ତ୍ତା ରଖିଛନ୍ତି ‘କୌଣସି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ବି ଅଣଦେଖା କରିବା ନାହିଁ। ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରିବା ନିମନ୍ତେ ପ୍ରୟାସ କରିବା, ସୁସ୍ଥ ଓଡିଶା, ସୁଖୀ ଓଡିଶା ଗଠନ କରିବା’। ଗ୍ରାମସ୍ତରରେ ଗାଁ କଲ୍ୟାଣ ସମିତି ଜରିଆରେ ପ୍ରତିଗ୍ରାମରେ ନାଗରିକ ସ୍ୱାସ୍ଥ୍ୟସେବା ଅଧିକାର ସୂଚନା ଫଳକମାନ ସର୍ବସାଧାରଣରେ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିବା ପାଇଁ ଲଗାଯାଇଛି। ସ୍ୱାସ୍ଥ୍ୟସେବାକୁ ଆହୁରି ବ୍ୟାପକ ଓ କ୍ରିୟାଶୀଳ କରିବା ଲାଗି ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନଗର ସରପଞ୍ଚ ମହେନ୍ଦ୍ର କୁମାର ପରିଡା, ସେ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଯୋଗଦେଇ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories