www.samajalive.in
Saturday, December 13, 2025
14.1 C
Bhubaneswar

ଅଜଣା ଗାଡି ଧକ୍କାରେ ଗୃହରକ୍ଷୀଙ୍କ ମୃତ୍ୟୁ

ଆଠଗଡ: ସହରର ଚାନ୍ଦବାଲି ଛକ ଓ ବୀରକିଶୋରପୁର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ୬୫ନଂ ରାଜ୍ୟ ରାଜପଥ ଉପରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ ହୋଇଛି । ଖୁଣ୍ଟୁଣୀ ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ଖୁଣ୍ଟକଟା ଗ୍ରାମର ଅମରେନ୍ଦ୍ର ରଣାଙ୍କ ପୁଅ ରଶ୍ମିରଞ୍ଜନ ରଣା(୩୪) ଖୁଣ୍ଟୁଣୀରେ କାମ ସାରି ଭୋର ପ୍ରାୟ ୪.୩୦ରେ ନିଜ ବାଇକରେ ଫେରୁଥିବାବେଳେ ଆକ୍ସିସ ବ୍ୟାଙ୍କ ସମ୍ମୁଖରେ ପଛପଟୁ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠଗଡ ଡାକ୍ତରଖାନା ନେବା ପରେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କଟକ ବଡ ଡାକ୍ତରଖାନାରେ ପହଞ୍ଚିବା ଓ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ମୃତଦେହ ଖୁଣ୍ଟକଟାରେ ପହଞ୍ଚିବା ପରେ ଅପରାହ୍ନ ୩ଟା ବେଳେ ଗ୍ରାମବାସୀ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ଦାବିକରି ରାସ୍ତା ରୋକ କରିଥିଲେ । ଖବର ପାଇ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିସି, ଆଠଗଡ ଥାନା ଆଇଆଇସି ବାମଦେବ ସ୍ୱାଇଁ, ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଓ ତିଗିରିଆ ଆଇଆଇସି ସୁଚିତ୍ରା ସାହୁଙ୍କ ସମେତ ଆଠଗଡ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତ ଶ୍ରୀ ରଣାଙ୍କ ପତ୍ନୀଙ୍କୁ ଚାକିରି ଦେବା ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories