www.samajalive.in
Thursday, December 11, 2025
26.1 C
Bhubaneswar

ନାନୋ ପରେ ଟାଟା ଆଣୁଛି ସବୁଠୁ ଶସ୍ତା ବୈଦ୍ୟୁତିକ କାର୍‌

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ଆଣୁଛି ଟାଟା । ଟାଟା ନାନୋ ପରି ଟାଟା ଆଉ ଏକ କାର ବଜାରକୁ ଛାଡ଼ିବାକୁ ଯାଉଛି । ଆସିବାକୁ ଥିବା ଏହି କାର୍‌ ବୈଦ୍ୟୁତିକ ହୋଇଥିବା ନେଇ ସୂଚନା ଦିଆଯାଇଛି । କୁହାଯାଉଛି ଏହି କାର୍‌ ସମ୍ପୂର୍ଣ୍ଣ ଡିଜିଟାଲ ଜିଜାଇନ୍‌ ସହ ନୂତନ ଜେନେରେସନ ଆଧାରରେ ପ୍ରସ୍ତୁତ କରାଯାଉଛି । ଟାଟା କହିଛି ‘ କନସେପ୍ଟ କର୍ବ’ ବଜାରକୁ ବୈଦ୍ୟୁତିକ ଯାନ ରୁପରେ ଆସିବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି କାରକୁ ବଜାରକୁ ଛାଡ଼ିବାକୁ କମ୍ପାନୀ ପ୍ରସ୍ତୁତ ହେଉଛି ।

ଟାଟା ପ୍ୟାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡର ପ୍ରବନ୍ଧ ନିର୍ଦେଶକ ଶୈଳଶ ଚନ୍ଦ୍ରା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ନୂଆ ଅର୍ଥିକ ବର୍ଷରେ ଏପରି ଏକ ଘୋଷଣା ବହୁତ ଖୁସିର ଖବର ଆଣିଛି । ଏହି କାର୍‌ ସମ୍ପୂର୍ଣ୍ଣ ନୂତନ ଧରଣର । ତାହା ସହ ଉନ୍ନତ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି ।

- Advertisement -

ଟାଟା ଏହି କାର୍‌କୁ ନେଇ ଆଉ ଏକ ପ୍ରତିକ୍ରିୟା ମଧ୍ୟ ରଖିଛି । ଟାଟା କହିଛି ‘କନସେପ୍ଟ କର୍ବ’ ଏକ ମଜଭୁତ ଏସୟୁଭି । ଏହାକୁ ଭିନ୍ନ ଧରଣ ଭାବେ ବିକଶିତ କରାଯାଇଛି । ଯେପରିକି ୨୦୨୦ରେ ଅଟୋ ଏକ୍ସପୋକୁ ବଜାରକୁ ଅଣାଯାଇଥିଲା । ହେଲେ କନସେପ୍ଟ କର୍ବକୁ ଆହୁରି ଭିନ୍ନ ରୂପ ଦେବାକୁ ଏହାର ଡିଜାଇନକୁ ଅନେକ ବିକଶିତ କରାଯାଇଛି । ଏହି କାର୍‌ ଭାରତକୁ ଆସିବା ପରେ ନିଶ୍ଚୟ ଲୋକାଦ୍ରୁତ ହେବ ବୋଲି ଟାଟା କହିଛି । ତାହା ଛଡ଼ା ଏହି କାର୍‌କୁ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହି କାର୍‌ ଚାର୍ଯ କଲେ ଏକାଥରେ ୪ଶହରୁ ୫ଶହ କିଲୋମିଟର ଯାଏ ଯାଇପାରିବ ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories