ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଇଲେଭେନ ଷ୍ଟାର ଜାଙ୍ଗେଡ଼ ଦ୍ଵାରା ଆୟୋଜିତ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୧୬ଟି ଦଳକୁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଅତାବିରା ଚମ୍ପିଆନ ହୋଇଛି। ସୋମବାର ଅତାବିରା ଓ ପୁଟପୁଟପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଅତାବିରା ଦଳ ୧-୦ ଗୋଲରେ ପୁଟପୁଟପାଲିକୁ ହରାଇ ବିଜୟୀ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଡେବ୍ରୀଗଡ ରେଞ୍ଜର ରାଜେଶ କୁମାର ମହାକୁର, ଜଙ୍ଗେଡ ସରପଞ୍ଚ ଭାଗବତିୟା ସିଂ, ଓ ଟାଙ୍ଗରପାଲି ସରପଞ୍ଚ ପ୍ରତିନିଧି ଲଳିତ ପ୍ରଧାନ ପ୍ରମଉକ ଯୋଗଦେଇଥିଲେ। ଖେଳକୁ ପଙ୍କଜ ମିର୍ଦ୍ଧା, ପ୍ରଦୀପ ପ୍ରଧାନ, ପ୍ରଦୀପ, ମନୋଜ ଓ ଝୁନୁ ପରିଚାଳନା କରିଥିଲେ। ପରିଶେଷରେ ଇଲେଭନ ଷ୍ଟାର ଜଙ୍ଗେଡ଼ର ପୂର୍ବତନ ଖେଳାଳି ସୁଦାମ ଭୁଏ ସମସ୍ତ ଖେଳାଳି, ମୁଖ୍ୟଅତିଥି ଓ ଅତିଥିମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ମୁନା ନାଏକ, ଗୁଣନିଧି ଭୋଏ, ଅରବିନ୍ଦ ଭୋଇ, ଗୋପୀନାଥ ମିର୍ଦ୍ଧା ଓ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।



