www.samajalive.in
Monday, December 8, 2025
16.1 C
Bhubaneswar

ଅତାବିରାରେ ଗୋଟିଏ ଦିନରେ ଚାରିଟି ପ୍ରକଳ୍ପର ଉଦଘାଟନ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁରୁବାର ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାରି ଚାରିଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଚାରିଟି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୱାର୍ଡ ନଂ ୮ରେ ୨୩ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ନିର୍ମିତ ହୋଇଥିବା ଆହାର ରୋଷେଇ ଘର, ବ୍ଲକ ଅଫିସ କଡ଼ରେ ୧୦ ଲକ୍ଷ ବ୍ୟୟ ଅଟକଳରେ ରହିଥିବା ମୋର୍ ଅତାବିରା, ବସ୍ ଷ୍ଟାଣ୍ଡ ପାଖରେ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସର୍ବସାଧାରଣ ଶୌଚାଳୟ ଏବଂ ମିଶନ କାଫେ । ଏଥି ମଧ୍ୟରୁ ଆହାର ରୋଷେଇ ଘର, ଶୌଚାଳୟ ଓ ମୋର୍ ଅତାବିରା ଏହି ତିନୋଟି ଏନଏସି ପକ୍ଷରୁ ନିର୍ମିତ ହୋଇଥିବା ବେଳେ ମିଶନ କାଫେ ବ୍ଲକ ପକ୍ଷରୁ ନିର୍ମିତ ହୋଇଛି। ଏହି କାଫେଟି ପ୍ରିୟଦର୍ଶିନୀ ବ୍ଲକ ମିଶନ ଶକ୍ତି ମହାସଂଘ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡ଼ିଛି । ଏହି କାଫେରେ କମ୍ ତେଲ ମସଲା ଯୁକ୍ତ ଜଳଖିଆ, ଆମିଷ ଓ ନିରାମିଷ ଭୋଜନ ସୁଲଭ ମୂଲ୍ୟରେ ଲୋକେ ଖାଇପାରିବେ । ସିଡିପିଓ ଉର୍ମିଳା ପରିଡ଼ାଙ୍କ ସଂଯୋଜନା କ୍ରମେ ତଥା ମହାସଂଘର ସଭାପତି ବୀଣାପାଣି ଗଡତିଆ, ସମ୍ପାଦକ ସନ୍ତୋଷିନୀ ଯୋଶୀ ଓ ୧୧ ଜଣ ଇ ସି ମିଳିତ ଭାବେ ଏହି କାଫେର କାର୍ଯ୍ୟ ସମ୍ପାଦନ କରିବେ ବୋଲି ବ୍ଲକ ପ୍ରକଳ୍ପ ସଂଯୋଜକ ଅଲିଭା ପତି ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି ଉଦଘାଟନୀ ଉତ୍ସବରେ ବିଜେଡ଼ି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ଉପାଧ୍ୟକ୍ଷା ଅନୁଶୟା ବିଶ୍ଵାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସତ୍ୟ ନାରାୟନ ତାଣ୍ଡି, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର, ବିଧାୟିକା ଏନଏସି ପ୍ରତିନିଧି ଟଙ୍କ ଦାଶ, ବ୍ଲକ ପ୍ରତିନିଧି ଗଣେଶ ସାହୁ, ଜିଲ୍ଲା ପରିଷଦ ସୁଦାମ ଜାଲ, ବିଲୁଷ୍ ଯୋନପୁରି, ମନୋଜ ପ୍ରଧାନ, ରଘୁ ବାରିକ୍, ସତ୍ୟ ମିଶ୍ର, ସମସ୍ତ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ନୋଡାଲ ଅଧିକାରୀ ଦୁର୍ୟ୍ୟୋଧନ ସାହୁ, ଖାଇରପାଲିର ମା’ ସମଲେଶ୍ଵରୀ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭାପତି ଏମ୍ ବିଜୟ ଲକ୍ଷ୍ମୀ,ସମ୍ପାଦକ କେ ଅନିତା, ଏ ହରିତା ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories