www.samajalive.in
Friday, December 5, 2025
23.1 C
Bhubaneswar

ବାତ୍ୟାରେ ନଷ୍ଟ ହୋଇଗଲା ସୁନା ଫସଲ: ଚିନ୍ତାରେ ଚାଷୀ

ରେଙ୍ଗାଲିକ୍ୟାମ୍ପ: ବାତ୍ୟା ମନ୍ଥା ପ୍ରଭାବରେ ସବୁଠୁ ଅଧିକ କ୍ଷତି ସହିଛି ଚାଷୀକୂଳ । ବାତ୍ୟା ଯୋଗୁ ପାକଳ ହୋଇଥିବା ଧାନ ଗଛ ବିଲରେ ଶୋଇ ରହିଛି । ଧାନ ବିଲ ଭିତରେ ମାଟି ପାଣି ସହ ଲାଗି ପୁଣି ସେଥିରେ ଗଜ ବାହାରିଲାଣି । ଅତାବିରା ବ୍ଲକ୍‌ ପଞ୍ଚାୟତର ପ୍ରାୟ ଅଧିକାଂଶ ଚାଷୀଙ୍କ ଧାନ ବର୍ଷା ଛାଡିବା ପରେ ଏବେ ଗଜା ହୋଇଯାଇଛି । ଗଜା ଧାନାକୁ ଚାଷୀ କେମିତି ଅମଳ କରିବେ ସେନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ଯଦି ଅମଳ କରିବ ନାହିଁ ଳତେବେ ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯିବ, ଆଉ ଯଦି ଅମଳ କରୁଛି ତେବେ ଧାନକୁ ବିକ୍ରି କରିପାରିବ ନାହିଁ । କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଚାଷୀମାନେ ନିଜର ଦୁଃଖ କହିବାକୁ ଯାଇଥିଲେ । ହେଲେ ଜିଲ୍ଲାପାଳ ସେମାନଙ୍କ କଥା ଥରେ ପଚାରି ବୁଝିଲେନି । ଆଉ ବିଲ ପରିଦର୍ଶନ କରିବା କଥା ନକହିଲେ ଭଲ । ଏହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଚାଷୀଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସେମାନଙ୍କୁ କ୍ଷୟକ୍ଷତି ଆକଳନ କରିବା ପ୍ରଦାନ କରିବାକୁ ଦାବି ହୋଇଛି ।

 

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories