www.samajalive.in
Sunday, December 7, 2025
26.1 C
Bhubaneswar

୫ମ ଦିନରେ ମାତ୍ର ୮ମିନିଟ୍ ; ସର୍ବଦଳୀୟ ବୈଠକ ନିଷ୍ଫଳ

ଭୁବନେଶ୍ବର : ଶୀତକାଳୀନ ଅଧିବେଶନର ୫ମ ଦିନ ମଧ୍ୟ ନିଷ୍ଫଳ ଯାଇଛି। ଗୃହ ଆରମ୍ଭର କିଛି ସମୟ ପୂର୍ବରୁ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିଯାଇ କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ପ୍ରତିବାଦ ଜଣାଇଥିଲେ। ଗୃହ ରା‌ଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନାରାବାଜି କରିଥିଲେ। ସାଢ଼େ ୧୦ଟାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନକୁ ଯିବା ବାଟରେ ଛିଡ଼ା ହୋଇ ପ୍ରତିବାଦ ଜଣାଇବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା। ଅନୁରୂପ ଭାବେ ବିଜେପି ସଭ୍ୟମାନେ ପ୍ଲା-କାର୍ଡ, ପୋଷ୍ଟର ଧରି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ସଭ୍ୟମାନେ ମମିତା ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ କରୁଥିବାବେଳେ ସରକାରୀ ଦଳର ସଭ୍ୟମାନେ ବ୍ରିଟିଶ ଶାସନ ବିରୋଧରେ ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ଗୃହ ଭିତରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ଜଣାଇଥିଲେ। ଯାହାଫଳରେ ପୂର୍ବାହ୍ନରେ ଗୋଟିଏ ମିନିଟ୍ ବି ଗୃହ ଚାଲି ପାରିନାହିଁ।
ଅପରାହ୍ଣରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଓ ଶାସକଦଳ ପକ୍ଷରୁ ପୁନର୍ବାର ଉକ୍ତ ପ୍ରସଙ୍ଗ ନେଇ ହଟ୍ଟଗୋଳ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ତାହା ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ଅପରାହ୍ଣ ୪ରୁ ୫ଟା ୨୦ ମଧ୍ୟରେ ୩ଥର ଗୃହ ମୁଲତବି ହୋଇଥିଲେ ହେଁ କୌଣସି ନିର୍ଯାସ ବାହାରି ପାରି ନଥିଲା। ୫ଟା ୧୬ରେ ପୁନର୍ବାର ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଚାଲିଥିଲେ। ଏହି ସମୟରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଓ କୃଷିମନ୍ତ୍ରୀ ଅରୁଣ ସାହୁ କାଗଜ ଉପସ୍ଥାପନ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ତୀବ୍ର ହେବାରୁ ବାଚସ୍ପତି ଶ୍ରୀ ପାତ୍ର ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।
ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀ ମାଝି କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ନିରବ ଅଛନ୍ତି। ଗୃହକୁ ଆସୁନାହାନ୍ତି। ସେ ଗୃହକୁ ଆସନ୍ତୁ। ଗୃହ କାର୍ଯ୍ୟ ଚାଲୁ। ବିଜେପି ବିଧାୟକ ଦଳ ପକ୍ଷରୁ ଚିଠି ଦିଆଯାଇଛି। ଆଶା କରୁଛୁ, ମୁଖ୍ୟମନ୍ତ୍ରୀ ଚିଠିର ଉତ୍ତର ଦେବେ। ବିରୋଧୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ବିବୃତି ଦେବା ଆରମ୍ଭ କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସେ ଦୋମୁହାଁ ନୀତି ଅବଲମ୍ବନ କରିଛନ୍ତି। ଅଞ୍ଜନା ଗଣବଳାତ୍କାର ଘଟଣାରେ ମୁଖ୍ୟମନ୍ତ୍ରୀ ନୀତି ଓ ନୈତିକତା କଥା କହିଥିଲେ। ସେତେବେ‌େ‌ଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। କିନ୍ତୁ ଏବେ ମମିତା ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି। ଡାକ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେବାନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସାଧାରଣ ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ବିଜେପିର ଏହି ପ୍ରତିବାଦ। ଏହା ଏକ ଟ୍ରେଲର ମାତ୍ର; ଆଗକୁ ଫିଲ୍ମ ଆସିବ। ରାଜ୍ୟରେ କିଭଳି ଏକଛତ୍ରବାଦ ଶାସନ ଚାଲିଛି ତାହା ରାଜ୍ୟବାସୀ ଅନୁଭବ କରୁଛନ୍ତି, ତା’ର ଜବାବ ସେମାନେ ନିଶ୍ଚିତ ଦେବେ।
ଗୃହ ଅଚଳ ନେଇ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଯେ, ଏହା ଏକ ନିନ୍ଦନୀୟ ଘଟଣା। ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ଘଟଣାରେ ହସ୍ତକ୍ଷେପ କରୁନାହାନ୍ତି। ୪ଦିନ ହେଲାଣି ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁନାହାନ୍ତି। ବାଚସ୍ପତି ଶାସକ ଦଳର ହାତବାରିସି ସାଜିଛନ୍ତି। ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ, କଂଗ୍ରେସ ସବୁବେଳେ ଗଠନମୂଳକ ଚିନ୍ତା ଧାରାରେ ବିଶ୍ୱାସ କରେ। ଗୃହ ଚଲେଇବା ପାଇଁ ସବୁବେଳେ ଉଦ୍ୟମ କରାଯାଉଛି। ତେବେ ଆଜି ବିଜେଡି ପକ୍ଷରୁ ଗୃହକୁ ଯେଉଁଭଳି ଭାବେ ମୁଖା ପିନ୍ଧି ଅଭିନବ ଢଙ୍ଗରେ ବନ୍ଦ କରାଗଲା ଏହା ନିନ୍ଦନୀୟ ଓ ଲଜ୍ଜାଜନକ। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ଗୃହକୁ ଆସନ୍ତୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି।
ଅନ୍ୟପକ୍ଷରେ ସରକାରୀଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଲୋକଙ୍କ ଆଶୀର୍ବାଦରେ ପାଞ୍ଚ ପାଞ୍ଚ ଥର ଜିତିଥିବା ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର କର୍ମକର୍ତ୍ତା ଓ ବିରୋଧୀ ଦଳର ନେତାମାନେ ଯେଉଁଭଳି ବ୍ୟବହାର କରୁଛନ୍ତି ତାହା ରାଜ୍ୟବାସୀ ଦେଖୁଛନ୍ତି। ବିଜେପୁର ଉପ ନିର୍ବାଚନ ସମୟରେ ଜୋତା ପକେଇବାଠାରୁ ଆରମ୍ଭ କରି ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ପକେଇବା ସବୁ ଓଡ଼ିଶାବାସୀ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ଦୋଷୀକୁ କେବେ ବି ଛାଡ଼ି ନାହାନ୍ତି। ଏବେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଜେପି ନେତାଙ୍କ ବୁଦ୍ଧି ପଶୁନି। ଗୃହକୁ ନ ଆସି ମୁଖ୍ୟମନ୍ତ୍ରୀଙ୍କୁ ଗାଳିଗୁଲଜ କରିବା, ଅଶାଳୀନ ବ୍ୟବହାର କରିବା, ଚିଠି ଲେଖିବା, ବିଭିନ୍ନପ୍ରକାର କଥା କହିବା ଏସବୁ କାର୍ଯ୍ୟରେ ସେମାନେ ମାତିଛନ୍ତି। ସେମାନେ ଚାହୁଁ ନାହାନ୍ତି ବିଧାନସଭା ଚାଲୁ। ବିଧାନସଭା ଚାଲିବାରେ ସହଯୋଗ ନ କରିବା, ଅଶାଳୀନ ବ୍ୟବହାର କରିବାର ଜବାବ୍ ଓଡ଼ିଶାବାସୀ ଦେବେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।
ସର୍ବଦଳୀୟ…

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories