www.samajalive.in
Saturday, December 6, 2025
23.1 C
Bhubaneswar

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗରେ ହଟ୍ଟଗୋଳ, ବିଧାନସଭା ମୁଲତବି

ଭୁବନେଶ୍ଵର: ଆର୍ଥିକ ସଙ୍କଟରେ ବୁଡ଼ିଥିବା ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ହେବା ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭାରେ ହଟ୍ଟଗୋଳ ହୋଇଛି। ଶୁକ୍ରବାର ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ବିଧାୟକମାନେ ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ହଟ୍ଟଗୋଳ କରିଥିଲେ। ସଦସ୍ୟମାନେ ନିଜ ଆସନରୁ ଉଠି ପ୍ରବଳ ପାଟିତୁଣ୍ଡ କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ମୁଲତବି କରିଦେଇଥିଲେ।

ସୂଚନାଯୋଗ୍ୟ, ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୪୫ କୋଟି ଟଙ୍କା ଜମା ରହିଛି। ୟେସ୍‌ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେଇଥିବାରୁ ଆରବିଆଇ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି। ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି। ତେଣୁ ମହାପ୍ରଭୁଙ୍କ ଟଙ୍କାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ପ୍ରସଙ୍ଗରେ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories