ଭୁବନେଶ୍ୱର: କୋର୍ଟକୁ ଖଣ୍ଡା ଧରି ଜଣେ ଯୁବକ ପ୍ରବେଶ କରିବା ଓ ହତ୍ୟା ଉଦ୍ୟମ ଘଟଣାରେ ଆଜି ବିଧାନସଭା ମୁଲତବୀ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତି ଦେବାକୁ ପ୍ରଶ୍ନକାଳରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରିଥିଲେ। ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ବିଜେପିର ରବି ନାୟକ ମଧ୍ୟ ସମାନ ସମାନ ଅଭିଯୋଗ ଆଣିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।
Popular Categories



