www.samajalive.in
Saturday, December 6, 2025
26.1 C
Bhubaneswar

ଭିଜିଲାନ୍ସ ପଞ୍ଝାରେ ଝାରସୁଗୁଡ଼ା ଓଏମଭିଡି ଏଏସ୍ଆଇ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଓଏମଭିଡି ଏଏସ୍ଆଇ ହରେକୃଷ୍ଣ ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ହରେକୃଷ୍ଣଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି ।

- Advertisement -

ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି ୩ଜଣ ଡିଏସପି, ୧୦ ଜଣ ଇନିସପେକ୍ଟର ଓ ଅନ୍ୟକିଛି କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ସୂଚନା ମୁତାବକ ହରେକୃଷ୍ଣଙ୍କ କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ଘର ଓ ସମ୍ପତ୍ତି ଉପରେ ରେଡ୍‍ କରୁଛି ଭିଜିଲାନ୍ସ ।

ଝାରସୁଗୁଡ଼ା କଟକ ଫ୍ରେଣ୍ଡସ୍ କଲୋନୀରେ ଦୁଇ ମହଲା ଘର ସହ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ରାମନଗରରେ ଥିବା ଦୁଇ ମହଲା ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଚଢ଼ାଉ ବେଳେ ହରେକୃଷ୍ଣଙ୍କ ଘରୁ ୪ ଲକ୍ଷ ୪୬ ହଜାର ଟଙ୍କା ମିଳିଛି । ଆଗକୁ ଆହୁରି ସମ୍ପତ୍ତି ଜବତ କରାଯିବା ନେଇ ଅନୁମାନ ମଧ୍ୟ କରାଯାଉଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories