www.samajalive.in
Sunday, December 14, 2025
26.1 C
Bhubaneswar

କୁସ୍ତିରେ ବ୍ରୋଞ୍ଜ୍‍ ହରାଇଲେ ୩ ଭାରତୀୟ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାରେ କୁସ୍ତିରେ ଭାରତ ପ୍ରଥମ ୨ ଦିନରେ ୨ଟି ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ସୋମବାର ୩ ଭାରତୀୟ ବ୍ରୋଞ୍ଜ୍‍ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତ ପୂଜା ଧାଣ୍ଡା ବ୍ରୋଞ୍ଜ୍‍ପଦକ ମ୍ୟାଚ୍‍ ହାରିଛନ୍ତି। ପୂଜାଙ୍କୁ ଜାପାନର ସାକାଗାମି କାତ୍‍ସୁକି ୬-୧ ପଏଣ୍ଟରେ ପରାସ୍ତକରି ବ୍ରୋଞ୍ଜ୍‍ପଦକ ଜିତି ପାରିଛନ୍ତି। ପ୍ରଥମ ରାଉଣ୍ଡରେ ପୂଜା ଥାଇଲାଣ୍ଡର ପହିଲମାନଙ୍କୁ ୧୦-୦ରେ, କ୍ୱାର୍ଟରଫାଇନାଲରେ ଉଜ୍‍ବେକ ପହିଲମାନଙ୍କୁ ୧୨-୧ରେ ପରାସ୍ତ କରିଥିବାବେଳେ ସେମିଫାଇନାଲରେ ଉତ୍ତର କୋରିଆ ପହିଲମାନଙ୍କଠାରୁ ପରାସ୍ତ ହୋଇଥିଲେ।
ମହିଳା ୬୨ କେଜି ଫ୍ରିଷ୍ଟାଇଲ କୁସ୍ତିରେ ସାକ୍ଷୀ ମଲ୍ଲିକ ପଦକ ହରାଇଛନ୍ତି। ସାକ୍ଷୀଙ୍କୁ ବ୍ରୋଞ୍ଜ୍‍ପଦକ ମ୍ୟାଚ୍‍ରେ ଉତ୍ତର କୋରିଆର ରିମ୍‍ ଜଙ୍ଗ୍‍ ସିମ୍‍ ୧୨-୨ ପଏଣ୍ଟରେ ପରାସ୍ତ କରିଛନ୍ତି। ଅଲିମ୍ପିକ୍‍ ବ୍ରୋଞ୍ଜ୍‍ ବିଜୟିନୀ ସାକ୍ଷୀ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ପହିଲମାନଙ୍କୁ ୧୦-୦ରେ ଓ କ୍ୱାର୍ଟରଫାଇନାଲରେ କାଜାଖସ୍ତାନ ପହିଲମାନଙ୍କୁ ୧୦-୦ରେ ହରାଇଥିବା ବେଳେ ସେମିଫାଇନାଲରେ କିର୍ଗିଜସ୍ତାନ ପହିଲମାନଙ୍କଠାରୁ ୭-୯ରେ ପରାସ୍ତ ହୋଇ ଯାଇଥିଲେ। ୧୨୫ କେଜି ପୁରୁଷ ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ସୁମିତ କୁମାର ବ୍ରୋଞ୍ଜ୍‍ପଦକ ମ୍ୟାଚ୍‍ରେ ପରାସ୍ତ ହୋଇଛନ୍ତି। ସୁମିତଙ୍କୁ ଉଜ୍‍ବେକିସ୍ତାନର ଦାଭିତ୍‍ ମୋଜ୍‍ମାନାସଭିଲି ୨-୦ ପଏଣ୍ଟରେ ପରାସ୍ତ କରିଛନ୍ତି। ସୁମିତ ପ୍ରଥମ ରାଉଣ୍ଡରେ ଇରାନ୍‍ର ପହିଲମାନଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ଇରାନ୍‍ର ଏହି ପହିଲମାନ ଫାଇନାଲରେ ପହଞ୍ଚିବାରୁ ସୁମିତ ରିପେଚେଜ୍‍ ରାଉଣ୍ଡରେ ଜିତି ବ୍ରୋଞ୍ଜ୍‍ପଦକ ମ୍ୟାଚ୍‍ରେ ପହଞ୍ଚିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories