www.samajalive.in
Saturday, December 13, 2025
26.1 C
Bhubaneswar

ଏସିଆ କପ୍‌ ପୁରୁ​‌ଷ ହକି ଚମ୍ପିଆନସିପ ପାଇଁ ଭାରତୀୟ ଦଳ ଘୋଷିତ;ହରମନପ୍ରୀତ ଅଧିନାୟକ; ଓଡ଼ିଶାରୁ ଅମିତ ଓ ଶିଳାନନ୍ଦ

ନୂଆଦିଲ୍ଲୀ : ବିହାରର ରାଜଗିରିରେ ଚଳିତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ ଖେଳାଯିବ। ଏଥିପାଇଁ ବୁଧବାର ହକି ଇଣ୍ଡିଆ ପକ୍ଷରୁ ୧୮ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଅଭିଜ୍ଞ ଡ୍ରାଗ୍‌ ଫ୍ଳିକର ହରମନପ୍ରୀତ ସିଂହ ଅଧିନାୟକ ପଦ ବଜାୟ ରଖିଛନ୍ତି। ଦଳରେ ଦୁଇଜଣ ଗୋଲରକ୍ଷକ କ୍ରିଷ୍ଣନ ବାହାଦୂର ପାଠକ ଓ ସୂରଜ କେରେକେରାଙ୍କୁ ସ୍ଥାନ ମିଳିିଛି। ମିଡଫିଲଡର ଭାବେ ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରାଜେନ୍ଦର ସିଂହ, ରାଜକୁମାର ପାଲ,ହାର୍ଦିକ ସିଂହ, ଫରୱାର୍ଡରେ ମନଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ଓ ଦିଲପ୍ରୀତ ସିଂହ ରହିଛନ୍ତି। ଦଳ​ରେ ଦୁଇ ଓଡ଼ିଆ ଖେଳାଳି ଡିଫେଣ୍ଡର ଅମିତ ରୋହି ଦାସ ଓ ପରୱାର୍ଡ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ନୀଲମ ସଞ୍ଜୀପ ଖେସ ଅତିରିକ୍ତ ଖେଳାଳି ଭାବେ ରହିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିଛନ୍ତି ଯେ, ଏସିଆ କପ ହକି ପ୍ରତିଯୋଗିତାରୁ ଆମକୁ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଆମେ ଦଳ ପ୍ରସ୍ତୁତି କରିଛୁ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ମିଳିଛି। ପ୍ରତି ବିଭାଗ​ରେ ଆମ ନିକଟରେ ଦକ୍ଷ ଖେଳାଳି ରହିଛନ୍ତି। ଡିଫେଣ୍ଡର ଓ ମିଡ୍‌ଫିଲଡର ବିଭାଗରେ ବିଶ୍ବସ୍ତରୀୟ ଖେଳାଳି ରହିଛନ୍ତି। ଦଳ ଘରୋଇ ପଡ଼ିଆରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ବୋଲି ଫୁଲଟନ କହିଛନ୍ତି। ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ-ଏ ରେ ଭାରତ ସମେତ ଜାପାନ, ଚୀନ ଓ କାଜାଖସ୍ତାନ ରହିଥିବାବେଳେ ପୁଲ-ବି ରେ ବାଂଲାଦେଶ, ଚାଇନିଜ ତାଇପେଇ,ମାଲେସିଆ ଓ ଦକ୍ଷିଣ କୋରିଆ ରହିଛନ୍ତି। ଭାରତ ୨୯ରେ ଚୀନ ୩୧ରେ ଜାପାନ ଓ ସେପ୍ଟେମ୍ବର ୧ରେ କାଜାଖସ୍ତାନ ସହ ଗ୍ରୁପ ଲିଗ୍‌ ମ୍ୟାଚ ଖେଳିବ। ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି ଯିବା ପରେ ଉକ୍ତ ଦୁଇ ଦଳ ବଦଳରେ ବାଂଲାଦେଶ ଓ କାଜାଖସ୍ତାନ ସାମିଲ ହୋଇଛନ୍ତି। ପ୍ରତିଯୋଗିତାରେ ଭାରତ ୩ଥର ୨୦୦୩, ୨୦୦୭ ଓ ୨୦୧୭ରେ ଚମ୍ପିଆନ ହୋଇଛି। ଦଳ ୨୦୨୨ ଶେଷ ସଂସ୍କରଣରେ ୩ୟ ସ୍ଥାନ ହାସଲ କରିଥିଲା।
ଭାରତୀୟ ଦଳ : କ୍ରିଷ୍ଣନ ବାହାଦୂର ପାଠକ ଓ ସୂରଜ କେରକେରା(ଉଭୟେ ଗୋଲରକ୍ଷକ), ସୁମିତ, ଜର୍ମାନପ୍ରୀତ ସିଂହ, ସଞ୍ଜୟ, ହରମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ (ସମସ୍ତେ ଡିଫେଣ୍ଡର), ରାଜୀନ୍ଦର ସିଂହ, ରାଜ କୁମାର ପାଲ,ହାର୍ଦିକ ସିଂହ,ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ (ସମସ୍ତେ ମିଡ୍‌ଫିଲଡର), ମନଦୀପ ସିଂହ,ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ(ସମସ୍ତେ ଫରୱାର୍ଡ)। ନୀଲମ ସଞ୍ଜୀପ ଖେସ ଓ ସେଲଭାନ କାର୍ତ୍ତି(ଉଭୟେ ଅତିରିକ୍ତ ଖେଳାଳି)।

ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories