www.samajalive.in
Friday, December 12, 2025
14.1 C
Bhubaneswar

ଏସିଆ କପ୍‌ କ୍ରିକେଟ : ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଆଜି

କଲମ୍ବୋ : ଚଳିତ ଏସିଆ କପ୍‌ର ଶନିବାର ସୁପର-୪ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି। ପ୍ରଥମ ମ୍ୟାଚରେ ବାଂଲାଦେଶ ପରାଜିତ ହୋଇଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଜିତି ଫାଇନାଲ ଦୌଡ଼ରେ ରହିବାକୁ ଉଦ୍ୟମ କରିବ। ସୁପର-୪ର ପ୍ରଥମ ମ୍ୟାଚରେ ସାକିବ୍‌ ଅଲ୍‌ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୭ ୱିକେଟରେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା। ଦଳ ଉକ୍ତ ମ୍ୟାଚରେ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲା। ସାକିକ୍‌ ଅଲ୍‌ ହାସନ ଓ ମୁସଫିକ୍ୟୁର ରହିମଙ୍କୁ ବାଦ୍‌ ଦେଇ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସଫଳ ହୋଇନଥିଲେ। ଶ୍ରୀଲଙ୍କା ବିପକ୍ଷରେ ଦଳକୁ ବିଜୟୀ ନେଇ ବ୍ୟାଟିଂ ଓ ବୋଲିଂ ବିଭାଗ​‌େ​‌ର ଭଲ ପ୍ରଦର୍ଶନ କରିବାକୁ ପଡିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ସୁପର-୪ର ପ୍ରଥମ ମ୍ୟାଚକୁ ଜିତିବା ନେଇ ଉଦ୍ୟମ କରିବ। ଲିଗ୍‌ ପର୍ଯ୍ୟାୟରେ ଶ୍ରୀଲଙ୍କା ୫ ୱିକେଟରେ ବାଂଲାଦେଶକୁ ଓ ୨ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ବ୍ୟାଟିଂରେ ଚାରିର୍ଥ ଆଶାଲାଙ୍କା ୯୮, ସାଦିରା ସମରୱିକ୍ରମା ୫୭, କୁଶଳ ମେଣ୍ଡିସ ୯୭ରନ କରିଛନ୍ତି। ପ୍ରଥୁମ ନିଶଙ୍କା,ଦିମୁତ କରୁଣାରତ୍ନେ,ଦାସୁନ ସନକା ଓ ଧନଞ୍ଜୟ ଡିସିଲ୍‌ଭା ଏପର୍ଯ୍ୟନ୍ତ ବ୍ୟାଟିଂରେ ବଡ ଇନିଂସ ଖେଳିବାରେ ସଫଳ ହୋଇନାହାନ୍ତି। ବୋଲିଂରେ କାସୁନ ରଜିଥା, ମହେଶ ତୀକ୍ଷଣା, ମାଥିଶା ପାଥିରାଣା , ଦାସୁନ ସନକା ବୋଲିଂ ବିଭାଗ ସମ୍ଭାଳୁଛନ୍ତି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେ​‌ଷ ୫ଟି ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଛି।
ଶ୍ରୀଲଙ୍କା ଯଦି ବାଂଲାଦେଶ ବିପକ୍ଷ ଉକ୍ତ ମ୍ୟାଚକୁ ଜିତିବାରେ ସଫଳ ହୁଏ ତେବେ ଅନ୍ତର୍ଜାତୀୟ ଦିନିକିଆରେ କ୍ରମାଗତ ବିଜୟରେ ଦ୍ବିତୀୟ ସ୍ଥାନ ହାସଲ କରିବ। ୨୦୦୩ରେ ଅଷ୍ଟ୍ରେଲିଆ କ୍ରମାଗତ ୨୧ଟି ଦିନିକିଆ ମ୍ୟାଚ ଜିତି ଆଗରେ ରହିଥିବାବେଳେ ଶ୍ରୀଲଙ୍କା ଚଳିତ ବର୍ଷ କ୍ରମାଗତ ୧୨ଟି ମ୍ୟାଚ ଜିତି ପାକିସ୍ତାନ ଦକ୍ଷିଣ ଆଫ୍ରକା ସହ ମିଳିତ ଭାବେ ଦ୍ବିତୀୟ ସ୍ଥାନରେ ରହିଛି। ପାକିସ୍ତାନ ୨୦୦୭-୦୮ରେ ଓ ଦକ୍ଷିଣ ଆଫ୍ରିକା ୨୦୦୫ରେ କ୍ରମାଗତ ୧୨ଟି ଦିନିକିଆରେ ବିଜୟୀ ହୋଇଥିଲେ। ଶ୍ରୀଲଙ୍କା ଯଦି ବାଂଲାଦେଶକୁ ପରାସ୍ତ କରେ ତେବେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ହାସଲ କରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories