www.samajalive.in
Saturday, December 6, 2025
16.1 C
Bhubaneswar

୨୧ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‍

ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍‍ ୨୦୨୫ରେ ଭାରତ ଓ ପାକିସ୍ତାନ ଗ୍ରୁପ୍‍-ଏରୁ ସୁପର ୪ରେ ପହଞ୍ଚିଛନ୍ତି । ଯେଉଁଠାରେ ୨୧ତାରିଖରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି । ପୂର୍ବ ମୁକାବିଲାରୁ ଆରମ୍ଭ ହୋଇଥିବା ନୋ ହ୍ୟାଣ୍ଡସେକ୍‍ ବିବାଦ ଏହି ରବିବାର ମଧ୍ୟ ପୁଣି ଥରେ ଦେଖିବାକୁ ମିଳିପାରେ । ଭାରତୀୟ ଟିମ୍‍ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହିତ ଖେଳୁଥିବା ବେଳେ ହ୍ୟାଣ୍ଡସେକ୍‍ କରିବାକୁ କିନ୍ତୁ ପୁରା ନାରାଜ । ସେହିପରି ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ କହିଛି ଯେ ତାଙ୍କ ଖେଳାଳି ମଧ୍ୟ ହ୍ୟାଣ୍ଡସେକ୍‍ କରିବେ ନାହିଁ ।

ସେପ୍ଟେମ୍ବର ୧୪ରେ ଖେଳାଯାଇଥିବା ଭାରତ-ପାକ୍‍ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିବାରୁ ପିସିବି ଗଭୀର କ୍ଷୋଭ ପ୍ରକାଶ କରିଥିଲା । ଏହା ସୁପର ଫୋର୍‍ ମ୍ୟାଚ୍‍ ପୂର୍ବରୁ ପିସିବିକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି । ଏକ ରିପୋର୍ଟ ଅନୁସାରେ ସୁପର ଫୋର ରେ ପାକିସ୍ତାନୀ ଖେଳାଳିମାନେ ମଧ୍ୟ ଟିମ୍‍ ଇଣ୍ଡିଆ ସହିତ ହାତ ମିଳାଇବାରୁ ନିବୃତ୍ତ ରହିବେ । ପାକିସ୍ତାନର ଅଧିନାୟକ ସଲମାନ ଅଲି ଆଗାଙ୍କ ଦଳ ଏସିଆ କପରୁ ବୟକଟ ଧମକ ଦେବା ପରେ ୟୁଏଇ ବିପକ୍ଷ ମ୍ୟାଚ ଖେଳିବା ପାଇଁ ୧ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଉଭୟ ଟିମ୍‍ ମଧ୍ୟରେ ଏକ କଡା ପ୍ରତିଯୋଗୀତା ପରେ ଶେଷରେ ପାକିସ୍ତାନ ୪୧ରନରେ ଜିତି ସୁପର-୪ରେ ସ୍ଥାନ ଅକ୍ତିଆର କରିଥିଲା ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories