www.samajalive.in
Saturday, December 13, 2025
26.1 C
Bhubaneswar

ଆଖଣ୍ଡଳମଣି ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କଲେ ପ୍ରତ୍ନତ୍ତ୍ବତ ବିଭାଗ ଓ ବୈଷୟିକ ପରାମର୍ଶଦାତା

ଆରଡି :  ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର। ଦୀର୍ଘବର୍ଷ ହେବ ଏହାର ପରିକଳ୍ପନା କରାଯାଉ ଥିଲେ ମଧ୍ୟ ତାହା ଅର୍ଥ ଅଭାବରୁ ବାସ୍ତବ ରୂପରେଖ ନେବାରେ ବିଳମ୍ବ ହେଉଥିଲା। ଏବେ ନୂଆରୂପରେଖ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ସମ୍ପ୍ରସାରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ୬କୋଟି ଟଙ୍କା ପ୍ରଦାନ କରିବା ପରେ ମନ୍ଦିରର ସୌନ୍ଦର୍ଯ୍ୟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପ୍ରର୍ଯ୍ୟାୟରେ ମନ୍ଦିରର ୪ଟି ଦ୍ବାରର ଗୁମୁଟ ସହ ପୁରୁଣା ପ୍ରାଚେରୀ ଭଙ୍ଗା ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଅଶ୍ବନୀ ଗୁରୁଙ୍କ ସହ ଇନଟାକ , ଆରକିଟେକର ଅଧ୍ୟକ୍ଷା ଦିବ୍ୟା ମିଶ୍ର ବୈଷୟିକ ପରାମର୍ଶ ଦାତା ଦେବବ୍ରତ୍ତ ଚାଟାର୍ଜୀଙ୍କ ସହ ୬ ଜଣିଆ ଟିମ ଓ ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୁତାର, ଆର.ଆଇ ଦେବାଶିଷ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ସେବାୟତମାନଙ୍କ ସହ ମନ୍ଦିର ବେଢା ଭିତରକୁ ଯାଇ ଭଙ୍ଗା ଯାଇଥିବା କାର୍ଯ୍ୟର ସ୍ଥିତି ପରକ୍ଷିବା ସହ ବେଢାର ସମ୍ପ୍ରସାରଣ ବାବଦରେ ସେବାୟତଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଗର୍ଭଗୃହ ଚଟାଣର ମରାମତି, ୪ଦ୍ବାର ମନ୍ଦିର ଗୁମୁଟ, ମୁକ୍ତିମଣ୍ଡପ ସ୍ଥାୟୀ ମରାମତି କାର୍ଯ୍ୟ ଯେପରି ହେବ ସେଥିପାଇଁ ବୈଷୟିକ ଟିମଙ୍କ ସହ ଦୀର୍ଘସମୟ ଧରି  ଅଧିକାରୀମାନେ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟର ଦାୟୀତ୍ବ ଭାର ନେଇଥିବା ଜିଲା ଗୃହ ଓ ରାସ୍ତା ନିର୍ମାଣ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଗ୍ରାଫିକ୍ସ ଓ ନକ୍ସା ସର୍ମ୍ପକରେ ଅବଗତ କରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories