www.samajalive.in
Saturday, December 6, 2025
26.1 C
Bhubaneswar

ଆସାମରେ ଆଫ୍ରିକୀୟ ସ୍ବାଇନ ଜ୍ବର : ମଲେଣି ୨୫୦୦ ଘୁଷୁରୀ

ଗୌହାଟି : କରୋନା ଭୂତାଣୁ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆସାମରେ ଆଫ୍ରିକୀୟ ସ୍ବାଇନ ଜ୍ବର ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ପରିସ୍ଥିତିର ମୁକାବିଲା ଲାଗି ନକ୍ସା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୋୱାଲ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଭୂତାଣୁ ଯୋଗୁ ରାଜ୍ୟରେ ୨୫ଶହରୁ ଉର୍ଦ୍ଧ୍ବ ଘୁଷୁରୀ ମୃତ୍ୟୁ ମୁଖରେ ପଡିଛନ୍ତି। ଅନ୍ୟପକ୍ଷରେ ମଣିଷ ଦେହରେ ସଂକ୍ରମିତ ହୋଇଥିବା ନଜରକୁ ଆସିନଥିଲେ ମଧ୍ୟ ପ୍ରଶାସନ ସତର୍କ ନଜର ରଖିଛି। ଆଫ୍ରିକୀୟ ଭୂତାଣୁ ଯୋଗୁ ଘୁଷୁରୀ ମରୁଥିବାରୁ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ଓ ଏହାର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଥିବା ପଶୁପାଳନ ମନ୍ତ୍ରୀ ଅତୁଲ ବୋରା ସୂଚନା ଦେଇଛନ୍ତି। ଏହି ଭୂତାଣୁ ପାଳିତ ଓ ଜଙ୍ଗଲୀ ଘୁଷୁରି ଶରୀରରେ ଦେଖାଯାଉଛି। ଏହି ଭୂତାଣୁରେ ସଂକ୍ରମିତ ହେଲେ ଘୁଷୁରୀକୁ ପ୍ରବଳ ଜ୍ବର ହୋଇଥାଏ। ଖାଦ୍ୟ କମିଯିବା ସହ ବାନ୍ତି, ଝାଡା ହୋଇଥାଏ। ଏହି ଭୂତାଣୁ ଘୁଷୁରୀଙ୍କ ଶରୀରରେ ପ୍ରବେଶ କରୁଥିଲେ ମଧ୍ୟ ମଣିଷ ଶରୀରକୁ ପ୍ରବେଶ କରୁନଥିବା କୁହାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories