www.samajalive.in
Saturday, December 6, 2025
23.1 C
Bhubaneswar

ସିଞ୍ଜୋ ଆବେଙ୍କ ବିୟୋଗ : ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି ଭାରତ-ଜାପାନ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୀତି ଏବଂ ବିଶ୍ବ ବନ୍ଧୁତ୍ବ ସ୍ତରକୁ ଉନ୍ନୀତ କରିବାରେ ଶ୍ରୀ ଆବେଙ୍କର ଅତୁଳନୀୟ ଅବଦାନ ରହିଛି । ଆଜି, ସମଗ୍ର ଭାରତ ଜାପାନ ସହିତ ଶୋକ ବ୍ୟକ୍ତ କରୁଛି ଏବଂ ଏହି ଦୁଃଖଦାୟକ ମୁହୂର୍ତ୍ତରେ ଆମେ ଆମର ଜାପାନୀ ଭାଇ ଓ ଭଉଣୀମାନଙ୍କ ସହ ଏକ ହୋଇ ଛିଡା ହୋଇଛୁ

ଏଇ ନିକଟରେ ମୋର ଜାପାନ ଗସ୍ତ ସମୟରେ, ମୁଁ ଶ୍ରୀ ଆବେଙ୍କୁ ପୁଣିଥରେ ଭେଟିବା ଏବଂ ଅନେକ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ପାଇଥିଲି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି । ସେ ବହୁତ ଚତୁର ଏବଂ ବୁଦ୍ଧିମାନ ଥିଲେ । ମୁଁ ଜାଣି ନଥିଲି ଯେ ଏହା ଆମର ଶେଷ ସାକ୍ଷାତ ହେବ । ତାଙ୍କ ପରିବାର ଏବଂ ଜାପାନବାସୀଙ୍କୁ ମୁଁ ମୋର ହୃଦୟରୁ ସମବେଦନା ଜଣାଉଛି। 

 

- Advertisement -

ତାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ଭାରତରେ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories