www.samajalive.in
Tuesday, November 18, 2025
16.1 C
Bhubaneswar

ଜାମିନ ପାଇଁ ହାଇକୋର୍ଟରେ ଆବେଦନ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ମଦ ନୀତି ଅନିୟମିତତା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ଵାରା ଗିରଫ ହେବା ପରେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଆସନ୍ତା ଶୁକ୍ରବାର ଏହି ମାମଲାର ଶୁଣାଣି ​‌ହେବ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ଵାରା ରୁଜୁ ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଚାଲିଥିବାବେଳେ ଆମ ଆଦମୀ ପାର୍ଟି (ଆପ୍‌)ର ଜାତୀୟ ଆବାହକ ଜାମିନ ପାଇଁ ତଳ କୋର୍ଟକୁ ନ ଯାଇ ସିଧାସଳଖ ହାଇକୋର୍ଟରେ ପିଟିସନ ରୁଜୁ କରିଛନ୍ତି।

ପିଟିସନ ରୁଜୁ ପରେ କେଜ୍ରିଓ୍ବାଲଙ୍କ ଓକିଲ କୋର୍ଟରେ କହିଥିଲେ କେଜ୍ରିଓ୍ବାଲଙ୍କୁ ବେଆଇନ ଭାବେ ହାଜତରେ ରଖାଯାଇଛି। ସିଆରପିସିର ଧାରା ୪୧ ଅନୁପାଳନ ନ କରି ସିବିଆଇ ତାଙ୍କୁ ଗିରଫ କରିଛି।

- Advertisement -

ସୂଚନାଯୋଗ୍ୟ, ୨୦୨୨ରେ ଦିଲ୍ଲୀରେ ଅବକାରୀ ନୀତି ପ୍ରସ୍ତୁତି କରିବା ଏବଂ ଏହାର କାର୍ଯ୍ୟକାରୀ କରିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଲାଇସେନ୍ସଧାରକମାନଙ୍କୁ ଫାଇଦା ପହଞ୍ଚାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ସୁହାଇଲା ଭଳି ସରକାର ଅବକାରୀ ନୀତିକୁ ପରିବର୍ତ୍ତନ କରିଥିଲେ। ଦିଲ୍ଲୀ ଉପରାଜ୍ୟପାଳ ଏହାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଏହି ମାମଲାରେ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗରେ ଗତ ମାର୍ଚ୍ଚ ୨୧ରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। ଜୁନ ୨୦ରେ ତାଙ୍କୁ ତଳ କୋର୍ଟରୁ ଜାମିନ ମିଳିଥିଲା। ହେଲେ ହାଇକୋର୍ଟ ଉକ୍ତ ଜାମିନ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ପରେ ଜୁନ ୨୬ରେ ସିବିଆଇ ତିହାର ଜେଲରୁ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories